ଆକ୍ସନ ମୁଡରେ ମନ୍ତ୍ରୀ, ପୁଣି ବସଷ୍ଟାଣ୍ଡରେ ଜନଶୁଣାଣି

ଆକ୍ସନ ମୁଡରେ ମନ୍ତ୍ରୀ । ନିଜ ବିଭାଗର ସରକାରୀ କାର୍ଯ୍ୟାଳୟ କୁ ଅଚାନକ ପରିଦର୍ଶନ କରି ସରକାରୀ କର୍ମଚାରୀଙ୍କ ମନରେ ଛନକା ପୁରାଇ ଦେଇଥିବା ମନ୍ତ୍ରୀ ଡଃ ଅରୁଣ ସାହୁ ଆଜି ପୁଣି ଥରେ ନୟାଗଡ଼ ବସଷ୍ଟାଣ୍ଡ ରେ ଜନଶୁଣାଣି କରିଛନ୍ତି । ସରକାରୀ ବାସଭବନରେ ଅୟସ କରି ନୁହେଁ , ନିର୍ବାଚନ ମଣ୍ଡଳୀ ଲୋକଙ୍କ ସୁବିଧା ଅସୁବିଧାରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ । ମନ୍ତ୍ରୀ ଭାବେ ସୌଖିନ ଜୀବନ ଯାପନ ନକରି ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି ସେ । ବିଧାୟକଙ୍କ ଏହି ନିଆରା ଅନ୍ଦାଜ ଆଜି ପୁଣିଥରେ ନିର୍ବାଚନମଣ୍ଡଳୀ ଲୋକଙ୍କ ମନରେ ଆଶା ଓ ଉତ୍ସାହ ଭରି ଦେଇଥିବା ବେଳେ ଅନ୍ୟ ନେତାଙ୍କ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛି ।

ପୂର୍ବଥର ଭଳି ଆଜି ସକାଳୁ ସକାଳୁ ହଠାତ ମନ୍ତ୍ରୀ ଡଃ ଅରୁଣ ସାହୁଙ୍କ ଗାଡି ନୟାଗଡ଼ ବସଷ୍ଟାଣ୍ଡରେ ଲାଗିଥିଲା । କୌଣସି କାର୍ଯ୍ୟାଳୟ ନୁହେଁ , ବରଂ ବସଷ୍ଟାଣ୍ଡରେ ଜନଶୁଣାଣୀ ଆରମ୍ଭ ହୋଇଥିଲା । ନିଜ ପ୍ରିୟ ନେତାଙ୍କୁ ଦେଖି ଲୋକଙ୍କ ସୁଅ ମଧ୍ୟ ଛୁଟିବାକୁ ଲାଗିଥିଲା । ନିଜ ସୁବିଧା ଅସୁବିଧା ଲୋକେ ନେତାଙ୍କୁ ଜଣାଇଥିଲେ । ନିଜେ ମନ୍ତ୍ରୀ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ ହେଲେ ଓ ଘଟଣାର ତ୍ୱରିତ ସମାଧାନ ପାଇଁ ଅଫିସର ମାନଙ୍କୁ ଫୋନ ଲଗାଇଥିଲେ । ଦୀର୍ଘ ସମୟ ଧରି ଏଭଳି ଜନ ଶୁଣାଣି ଚାଲିଥିଲା । ମନ୍ତ୍ରୀଙ୍କ ଏଭଳି ଅନ୍ଦାଜ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖେ ସେ ବେଶ ପ୍ରିୟଭାଜନ ହୋଇପାରିଥିଲେ । କିଏ ଆଶୀର୍ବାଦ ଦେଉଥିଲା ତ କିଏ ସାଧୁବାଦ । ଦେଖେଣାହାରି କହୁଥିଲେ ନେତା ହେବ ତ ଏମିତି ।

Spread the love