ଦୁର୍ଘଟଣାରେ ଆହତ କୁକୁଡା ଛୁଆକୁ ଧରି ଡାକ୍ତରଖାନାରେ ପହଞ୍ଚଲା କୁନି ପିଲା

ସୋସିଆଲ ମିଡିଆରେ ଏକ କୁନି ପିଲାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆପଣ ଦେଖିପାରିବେ ଗୋଟିଏ ହାତରେ 10ଟଙ୍କା ଓ ଆଉ ଗୋଟେ ହାତରେ କୁକୁଡ଼ା ଛୁଆ । ଏ କୌଣସି ଫିଲ୍ମ ବା ନାଟକର ଦୃଶ୍ୟ ନୁହେଁ । ଏହା ହେଉଛି ଏକ ସତ୍ୟ ଘଟଣା ଯାହା ଘଟିଛି ମିଜୋରାମରେ । 
ଆସନ୍ତ ଜାଣିବା ପୂରା ଘଟଣା ସମ୍ପର୍କରେ…
ବେଳେ ବେଳେ ଏମିତି କାମ ପାଇଁ ମଣିଷ ଚର୍ଚ୍ଚିତ ହୋଇ ଇତିହାସରେ ସ୍ଥାନ ପାଏ । ମହତ କାମ ପାଇଁ ମଣିଷ ଅନ୍ୟ ମାନଙ୍କ ହୃଦୟରେ ଏକ ଜାଗା ସୃଷ୍ଟି କରେ । ଯାହା ମିଜୋରାମରେ ଏହି ଶିଶୁ ଦେରେକ ସି ଲାଲଚାହିମା(6) କ୍ଷେତ୍ରରେ ଦେଖିବାକୁ ମିଳିଛି । ଘଟଣା ଅନୁସାରେ ମିଜୋରାମ୍‌ରେ ଶିଶୁ ସାଇକେଲ୍‌ ଚଳାଉଥିବାବେଳେ ଆଗକୁ କୁକୁଡା ଆସିବାରୁ ସେ ନିୟନ୍ତ୍ରଣ ରଖି ନପାରି କୁକୁଡା ଉପରେ ଚଢ଼ାଇ ଦେଇଥିଲା । ଏଥିରେ କୁକୁଡା ଦେହରେ ଆଘାତ ଲାଗିଲା। ଏହାପରେ ଶିଶୁଟି କୁନି ହାତରେ କୁକୁଡାକୁ ନେଇ ତାର ପାଖରେ ଥିବା ସମସ୍ତ ଅର୍ଥକୁ ଧରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ପହଞ୍ଚିଥିଲା। ଶିଶୁଟିର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରରେ ରହିଛି। ଦେରକ୍‌ର ଏଭଳି ମନୋଭାବ ଦେଖି ସ୍କୁଲ ତାକୁ ପୁରସ୍କୃତ ମଧ୍ୟ କରିଛି। ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

Spread the love