ସବୁଦିନ ବ୍ରା ପିନ୍ଧି ରହୁଛନ୍ତି କି, ତେବେ ହୋଇପାରେ ୬ଟି ମାରାତ୍ମକ ସାଇଡ ଇଫେକ୍ଟ

ସାଧାରଣତଃ ଝିଅମାନେ ଭାବନ୍ତି ଯେ ଛୋଟ ସାଇଜର କପ୍ ବ୍ରା ପିନ୍ଧିଲେ ସ୍ତନ ଅଧିକ ସମୟ ପର୍ଯ୍ୟନ୍ତ ଠିକଠାକ୍ ଆଉ ଟାଇଟ୍ ହୋଇ ରହିଥାଏ। ଏହାବ୍ୟତୀତ ଏହା ମଧ୍ୟ ଲାଗିଥାଏ ଯେ ଦିନସାରା ବ୍ରା ପିନ୍ଧିଲେ ଫିଗର ଭଲ ରହିଥାଏ। କିନ୍ତୁ ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହିସବୁ ଭାବନା ସମ୍ପୂର୍ଣ୍ଣ ଭାବେ ଭୂଲ। ବୋଧହୁଏ ଆପଣ ଜାଣିନଥିବେ ଯେ ଚବିଶ ଘଣ୍ଟା ବ୍ରା ପିନ୍ଧିବା ବହୁତ ଖତରନାକ ହୋଇପାରେ। ଚବିଶ ଘଣ୍ଟା ବ୍ରା ପିନ୍ଧିବା ଦ୍ୱାରା ତ୍ୱଚା ନିଶ୍ୱାସ ନେଇ ପାରିନଥାଏ ଏବଂ ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଚେଷ୍ଟା କରନ୍ତୁ ଅଫିସ କିମ୍ବା ବାହାରୁ ଆସିବା ପରେ ନିଜ ବ୍ରାକୁ ବାହାର କରିଦିଅନ୍ତୁ। ଦିନସାରା ବ୍ରା ପିନ୍ଧିଲେ ଏହି ୬ଟି ଖତରନାମ ସାଇଡ ଇଫେକ୍ଟ ଦେଖାଦେଇଥାଏ।

ବ୍ରେଷ୍ଟ ପେନ୍

ଯେଉଁ ମହିଳା ଦିନ ସାରା ବ୍ରା ପିନ୍ଧି ରୁହନ୍ତି, ସେମାନଙ୍କୁ ସବୁବେଳେ ବ୍ରେଷ୍ଟ ପେନ୍ ଭଳି ସମସ୍ୟା ଦେଖାଦିଏ। ଖାସ୍ କରି ସେହି ମହିଳାଙ୍କୁ ଏମିତି ସମସ୍ୟା ହୋଇଥାଏ ଯେଉଁମାନେ ଠିକ୍ ସାଇଜର ବ୍ରା ପିନ୍ଧନ୍ତିନାହିଁ।

ବ୍ଲଡ ସାର୍କୁଲେସନରେ ପଡେ ପ୍ରଭାବ

ଚବିଶ୍ ଘଣ୍ଟା ବ୍ରା ପିନ୍ଧି ରହିବା ଦ୍ୱାରା ବ୍ଲଡ ସାର୍କୁଲେସନ ମଧ୍ୟ ପ୍ରଭାବିତ ହୋଇଥାଏ। ଅନେକ ଥର ଏମିତି ହୋଇଥାଏ ଯେ ବହୁତ ଅଧିକ ଟାଇଟ ହେବା ଦ୍ୱାରା ବ୍ରେଷ୍ଟ ଟିସ୍ୟୁ ଡ୍ୟାମେଜ୍ ହେବାର ଭୟ ମଧ୍ୟ ରହିଥାଏ।

ପିଠି ଯନ୍ତ୍ରଣା

ଯଦି ଆପଣଙ୍କର ସବୁବେଳେ ପିଠି ଯନ୍ତ୍ରଣା ହେଉଛି, ତାହେଲେ ଏହାର କାରଣ ବ୍ରା ମଧ୍ୟ ହୋଇପାରେ। ଆପଣ ୨୪ ଘଣ୍ଟା ଧରି ବ୍ରା ପିନ୍ଧିବା ଦ୍ୱାରା ଆପଣଙ୍କର ପିଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ଖାସ୍ କରି ସେହି ମହିଳାଙ୍କୁ ହୋଇଥାଏ ଯେଉଁମାନେ ଛୋଟ ସାଇଜ୍ ଏବଂ ବହୁତ ଟାଇଟ୍ ବ୍ରା ପିନ୍ଧନ୍ତି।

ସ୍କିନ୍ଇରିଟେସନ୍

ସାରା ଦିନ ବ୍ରା ପିନ୍ଧିବା ଦ୍ୱାରା ଆପଣଙ୍କର ସ୍କିନ୍ ଇରିଟେସନ୍ ସମସ୍ୟା ହୋଇପାରେ। କେତେବେଳେ କୁଣ୍ଡେଇ ହୋଇଥାଏ ତ ଆଉ କେତେବେଳେ ଜଳାପୋଡା ହୋଇଥାଏ ପୁଣି କେତେବେଳେ ଅସହଜ ମନେ ହୋଇଥାଏ।

ହାଇପରଟେନସନ୍‌

୨୪ ଘଣ୍ଟା ଧରି ବ୍ରା ପିନ୍ଧିବା ଦ୍ୱାରା ମହିଳାଙ୍କ ଠାରେ ହାଇପରଟେନସନ ସମସ୍ୟାର ଭୟ ରହିଥାଏ।

ସଂକ୍ରମଣ ହେବାର ଆଶଙ୍କା

ସବୁବେଳେ ବ୍ରା ପିନ୍ଧି ରହିବା ଦ୍ୱାରା ସବୁ ସମୟରେ ମଇଶ୍ଚର ହୋଇଥାଏ। ଏମିତିରେ ଫଙ୍ଗଲ ବା ସଂକ୍ରମଣ ହେବାର ଆଶଙ୍କା ବଢ଼ି ଯାଇଥାଏ।

Spread the love