ଅଦ୍ଭୁତ ଶିବଲିଙ୍ଗ ରୂପେ ଏଠାରେ ୫ହଜାର ବର୍ଷରୁ ବିରାଜମାନ କରିଛନ୍ତି ଭଗବାନ ଶଙ୍କର, ଜାଣନ୍ତୁ କ’ଣ ରହିଛି ରହସ୍ୟ

ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧିସେଦବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଭଗବାନ ଶଙ୍କରଙ୍କର ଅନେକ ବିଚିତ୍ର ଏବଂ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଶଙ୍କର ବିଭିନ୍ନ ରୂପେ ବିଦ୍ୟମାନ। ଏସବୁ ମଧ୍ୟରୁ ଏକ ମନ୍ଦିର ଗୁଜୁରାଟର ନର୍ମଦା ଜିଲ୍ଲାରେ ଅବସ୍ଥିତ, ଯେଉଁଠାରେ ଅବସ୍ଥିତ ଥିବା ଶିବଲିଙ୍ଗ ୧ ବର୍ଷ କି ୨ ବର୍ଷ ନୁହେଁ ବରଂ ୫୦୦୦ ବର୍ଷ ପୁରୁଣା। ତେବେ ଆସନ୍ତୁ ଜାଣିବା ଏହି ତୀର୍ଥସ୍ଥାନ ବିଷୟରେ କିଛି ଅଜଣା କଥା।

୧- ଏଠାରେ ଭଗବାନ ଶଙ୍କରଙ୍କର ଅଦ୍ଭୁତ ଶିବଲିଙ୍ଗ ଦର୍ଶନ କରିବା ପାଇଁ ମୁଖ୍ୟ ରୂପେ ଶ୍ରାବଣ ମାସରେ ଅତ୍ୟଧିକ ଲୋକ ଆସିଥାନ୍ତି। ସେହିଭଳି ୫୦୦୦ ବର୍ଷ ପୁରୁଣା ଏହି ଶିବଲିଙ୍ଗ ସହ ଭକ୍ତଙ୍କ ଅପାର ଶ୍ରଦ୍ଧା ମଧ୍ୟ ଯୋଡି ହୋଇ ରହିଛି।

୨- ଏହି ମନ୍ଦିରର ଅସ୍ତିତ୍ୱ ଆଜି ଠାରୁ ପ୍ରାୟ ୫ହଜାର ବର୍ଷ ପୁରୁଣା ବୋଲି ଉଲ୍ଲେଖ କରାଯାଇଛି। ଏଠାରେ ପ୍ରତ୍ୟେକ ସୋମବାର ଦିନ ଭଗବାନ ଶଙ୍କରଙ୍କ ପୂଜା କରିବା ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଥାନ୍ତି।

୩- ଭଗବାନ ଶଙ୍କରଙ୍କର ଏହି ଅଦ୍ଭୁତ ଶିବଲିଙ୍ଗ ଗୁଜୁରାଟ ରାଜ୍ୟ ନର୍ମଦା ଜିଲ୍ଲାର ଦେଡିୟାପାଡା ତାଲୁକାର କୋକମ ଗାଁରେ ଅବସ୍ଥିତ। ଧର୍ମ ଶାସ୍ତ୍ର ଆଧାରରେ ଏହା ଏକ ପ୍ରାଚୀନ ସ୍ଥାନ।

୪- ଉଲ୍ଲେଖ ରହିଛି ୧୯୪୦ ମସିହାରେ ଏଠାରେ ପୁରାତତ୍ତ୍ୱ ବିଭାଗ ଦ୍ୱାରା ଖନନ କରାଯାଇଥିଲା। ଏହି ସମୟରେ ଏଠାରେ ୮ହଜାର ବର୍ଷ ପୁରୁଣା ଶିବଲିଙ୍ଗ ଦର୍ଶନ ହୋଇଥିଲ।।

୫- ହଜାର ହଜାର ବର୍ଷ ପୁରୁଣା ପୁସ୍ତକରେ ଏହି ମନ୍ଦିର ଜଳେଶ୍ୱର ମହାଦେବ ମନ୍ଦିର ନାଁ ରେ ଥିବା ଉଲ୍ଲେଖ କରାଯାଇଛି।

୬- ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ, ଏହି ମନ୍ଦିର ନିକଟରେ ବହିଯାଉଥିବା ନଦୀକୁ ପୂର୍ବା ନଦୀ  ଏବଂ ଏହି ମନ୍ଦିରକୁ ଜଳେଶ୍ୱର ମହାଦେବ ମନ୍ଦିର କୁହାଯାଇଥାଏ । ମାନ୍ୟତା ରହିଛି ଏହି ନଦୀରେ ସ୍ନାନ କରି ଶିବଲିଙ୍ଗଙ୍କୁ ଦର୍ଶନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ।

Spread the love