ପ୍ରତିଦିନ ଦୋଳି ଖେଳନ୍ତୁ, ଶରୀର ପାଇଁ ହୋଇଥାଏ ଅନେକ ଫାଇଦା

ଆପଣ ରଜ ହେଉ ଅବା ଅନ୍ଯ ସମୟରେ ଦୋଳି ନିଶ୍ଚିତ ଖେଳିଥିବେ। ରଜ ଏମିତି ଏକ ପର୍ବ, ଯେଉଁ ସମୟରେ ଯୁବତୀମାନେ ଦୋଳି ଖେଳିବାର ସୁଯୋଗ ପାଆନ୍ତି। ଖାସ୍ ଏଥିପାଇଁ ବର୍ଷ ତମାମ ଚାହିଁ ରହିଥାନ୍ତି। କେବଳ ରଜ ସମୟରେ ନୁହେଁ ସବୁବେଳେ ଦୋଳି ଖେଳିବା ମଧ୍ୟ ଶରୀର ପାଇଁ ଫାଇଦା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଦୋଳି ଝୁଲିଲେ କ’ଣ ହୋଇଥାଏ….
ଦୋଳି ଖେଳିବା ଦ୍ବାରା ସଂପୂର୍ଣ୍ଣ ଶରୀର ବ୍ଯାୟାମ କରିଥାଏ। ଦୋଳି ଖେଳିବା ଫଳରେ ସଂପୂର୍ଣ୍ଣ ଶରୀର କସରତ କରିଥାଏ।
ଦୋଳି ଖେଳିବା ଦ୍ବାରା ମନ ଖୁସି ରହିଥାଏ। ତେଣୁ ମୁଡ ମଧ୍ୟ ଭଲ ରହେ। ଏହାସହିତ ଷ୍ଟ୍ରେସ ମଧ୍ୟ କମ୍ ହୋଇଥାଏ।

ଯଦି ଆପଣଙ୍କ ମୁଡ ଖରାପ ରହିଥାଏ, ତେବେ ଦୋଳି ଝୁଲିବା ଭଲ ଅପସନ। ଏହାଦ୍ବାରା ଶରୀରର ହାପି ହରମୋନ ରିଲିଜ ହୋଇଥାଏ।

ଦୋଳି ଝୁଲିବା ଦ୍ବାରା ମାଂସପେଶୀ ମଧ୍ୟ ଆକ୍ଟିଭ ରହିଥାନ୍ତି। ଦୋଳି ଝୁଲିବା ଦ୍ବାରା ଶରୀରର ବାଲାନ୍ସ ସଠିକ୍ ରହିଥାଏ ।

Spread the love