ଓଡିଶା କୃଷକ ସଭା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ସମସ୍ତ କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଏବଂ କୃଷକ ମାନଙ୍କୁ ଋଣ ରୂ ସମ୍ପୂର୍ଣ୍ଣ ମୁକ୍ତ କରିବା ଦାବୀ କରି ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ରାଜ୍ୟପାଳ ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ପ୍ରକାଶ ଥାଉ କି କୃଷକ ମାନଙ୍କର ଏହି ଦୁଇ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ
ଦୁଇଟି ପ୍ରାଇଭେଟ ମେମ୍ବରସ ବିଲ ସଂସଦ ରେ ଉପସ୍ଥାପନ କରାଯାଇଛି l ଏହି ଦୁଇଟି ବିଲ କୁ ଗ୍ରହଣ କରଯାଇ ଆଇନ ରେ ପରିଣତ କରାଯିବା ପାଇଁ ଓଡିଶା କୃଷକ ସଭା ସମେତ ସାରା ଦେଶ ର କୃଷକ ସଂଗଠନ ମାନେ ଦାବୀ କରିଛନ୍ତି l
ଓଡିଶା ରାଜ୍ୟପାଳ ଙ୍କୁ କୃଷକ ସଭା ର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ପ୍ରତିନିଧି ଦଳ ରେ ଓଡିଶା କୃଷକ ସଭା ର ରାଜ୍ୟ ସଭାପତି ଯମେଶ୍ଵର ସାମନ୍ତରାୟ, ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, ଅଭିରାମ ବେହେରା ଏବଂ ଅଫିସ ସମ୍ପାଦିକା ପ୍ରମୋଦିନୀ ସାହୁ ପ୍ରମୁଖ ଯାଇଥିଲେ l
ଏହି ଦାବୀ ସହିତ ପ୍ରାକୃତିକ ବିପର୍ୟ୍ଯୟ ଜନିତ କୃଷି ସମ୍ପର୍କୀୟ କ୍ଷତି ପୂରଣ ଅର୍ଥ ରାଶି ବୃଦ୍ଧି କରିବା, ଭାଗଚାଷୀ ମାନଙ୍କ ସୁରକ୍ଷା ପାଇଁ ଆଇନ କରିବା, ଆଦିବାସୀଙ୍କ ଜମି ଅଧିକାର ପ୍ରସଙ୍ଗ ଇତ୍ୟାଦି ଉପରେ ମାନ୍ୟବର ରାଜ୍ୟପାଳ ଙ୍କ ସହିତ ଆଲୋଚନା କରାଯାଇଥିଲା l ସର୍ବଭାରତୀୟ ଡାକରା ଅନୁସାରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ କୃଷକ ମାନଙ୍କ ଦାବୀ ଉପରେ ଆନ୍ଦୋଳନ ସଂଗଠିତ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

Spread the love