ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ ପରଲୋକ

ରାଜସ୍ଥାନ୧୯/୫ : ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ ପରଲୋକ । ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ରାଜସ୍ଥାନର ଧରିଆଭଦ୍ ବିଧାନସଭା ଆସନରୁ ବିଜେପି ବିଧାୟକ ଥିଲେ ଗୌତମ ଲାଲ ମୀନା ।
ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଉଦୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତିନିଥର ବିଧାୟକ ରହିଥିବା ମୀନାଙ୍କର ଏବେ ଜଣେ ପତ୍ନୀ ଏବଂ ଚାରି ପୁଅ ଅଛନ୍ତି । ତାଙ୍କ ମୃ୍ତ୍ୟୁ ପରେ ଏବେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Spread the love