ରାଜଧାନୀରୁ ପୁଣି ବନ୍ଧୁକ ଜବତ

ଭୁବନେଶ୍ୱର ୧୯/୫ : ଲକଡାଉନରେ ବି ସ୍ମାର୍ଟସିଟି ରାଜଧାନୀରେ ବେଧଡକ ଚାଲିଛି ବନ୍ଧୁକ କାରବାର । ଏତେ କଡା ସୁରକ୍ଷା ସତ୍ତ୍ୱେ ସକ୍ରିୟ ଅଛନ୍ତି ବନ୍ଧୁକ ମାଫିଆ । ଆଜି ଭୁବନେଶ୍ୱରରୁ ପୁଣି ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ପିସ୍ତଲ ସହ ୩ ବ୍ୟବସାୟୀଙ୍କୁ ବି ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବାଇକ ଓ ମୋବାଇଲ ବି ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମା ଶଙ୍କର ଦାସ । ତେବେ ଏଥିରେ କାହାରି ସଂପୃକ୍ତି ଅଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Spread the love