ପ୍ରେମୀଯୁଗଳ ରେଳଧାରଣା ଫଟୋ

ଅନେକ ସମୟରେ ଦେଖିବାକୁ ମିଳିଛି କେତେକ ଯୁବକ-ଯୁବତୀ ବିଶେଷ କରି ପ୍ରେମୀଯୁଗଳ ରେଳଧାରଣା କିମ୍ବା ଛିଡା ହୋଇଥିବା ମାଲଗାଡ଼ି ତଳେ ବସି ସମୟ ବିତାଇ ଥାଆନ୍ତି। ତେବେ ଏପରି କରିବା ଘାତକ ହୋଇପାରେ, ଏ କଥା ସେମାନେ କେବେ ବି ଚିନ୍ତା କରି ନଥାଆନ୍ତି। ଏଭଳି ଘଟଣାକୁ ନେଇ ଗତ ମଙ୍ଗବଳାର ରେଳ ମନ୍ତ୍ରାଳୟ ଏକ ଫଟୋ ସେୟାର କରିଛି । ଏହି ଫଟୋରେ ମନ୍ତ୍ରାଳୟ ମାଲଗାଡ଼ି ବଗି ତଳେ ଯେଉଁ ଯାତ୍ରୀ ସମୟ ବିତାଉଛନ୍ତି, ସେମାନଙ୍କ ପ୍ରତି ବିପଦ ରହିଥିବା ନେଇ ଚେତାବନୀ ଦେଇଛି । ଏଥିସହିତ ଯଥାସମ୍ଭବ ସତର୍କ ଓ ସୁରକ୍ଷିତ ରହିବାକୁ ବି କହିଛି । କେବଳ ଏତିକି ନୁହେଁ, ଅସୁରକ୍ଷିତ ଭାବେ ରେଳ ଧାରଣା ପାର କରୁଥିବା ଯାତ୍ରୀଙ୍କୁ ବି ନିବୃତ୍ତ ରହିବାକୁ ବି ସତର୍କ କରି ଦେଇଛି । ରେଳ ମନ୍ତ୍ରାଳୟର ଏହି ଟୁଇଟକୁ ସେୟାର କରିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

Spread the love