ପୁଣିଥରେ ଛୋଟ ପରଦାକୁ ଫେରିବେ ମାଧୁରୀ

ବଲିଉଡ଼ର ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତଙ୍କୁ ଖୁବଶୀଘ୍ର ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ସେ ଏକ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ମାଧ୍ୟମରେ ଛୋଟ ପରଦାକୁ ଫେରିବେ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ‘ଡାନ୍ସ ଦିୱାନେ’ର ଆଗାମୀ ସଂସ୍କରଣ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓ ଏଥିରେ ମାଧୁରୀ ପୁଣିଥରେ ବିଚାରପତି ଦାୟିତ୍ବ ବହନ କରିବେ। ମିଳିଥିବା ଖବର ଅନୁସାରେ ‘ଡାନ୍ସ ଦିୱାନେ’ର ଏହି ସଂସ୍କରଣରେ ମାଧୁରୀଙ୍କ ସମେତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶଶାଙ୍କ ଖେତନ ଓ କୋରିଓଗ୍ରାଫର୍ ତୁଷାର କାଲିୟାଙ୍କୁ ମଧ୍ୟ ବିଚାରପତି ଆସନରେ ଦେଖିବାକୁ ମିଳିବ। ଏହି ଶୋ’ର ଟ୍ରେଲର ମଧ୍ୟ ମାଧୁରୀଙ୍କ ସହ ଶୁଟ୍ କରାସରିଛି। ‘ଡାନ୍ସ ଦିୱାନେ’ର ପୂର୍ବ ସଂସ୍କରଣରେ ମଧ୍ୟ ମାଧୁରୀ ବିଚାରପତି ଆସନ ଗ୍ରହଣ କରିଥିଲେ।ଉଲ୍ଲେଖଯୋଗ୍ୟ, ପ୍ରଥମେ 1985 ମସିହାରେ ରାଜଶ୍ରୀ ପ୍ରଡକ୍ସନର ଟିଭି ସିରିଜ୍ ‘ପେଇଙ୍ଗ୍ ଗେଷ୍ଟ’ରେ ମାଧୁରୀଙ୍କୁ ଛୋଟପରଦାରେ ଦେଖିବାକୁ ମିଳିଥିଲା। ଏହାପରେ 2002ରେ ସେ ସୋନୀ ଚ୍ୟାନେଲରେ ପ୍ରସାରିତ ବୈବାହିକ ଶୋ’ ‘କହିଁ ନା କହିଁ କୋଇ ହୈ’ରେ ହୋଷ୍ଟ କରିଥିଲେ। ପରେ ଲଗାତାର ସେ ନୃତ୍ୟ ରିଆଲିଟି ଶୋ’ ‘ଝଲକ୍ ଦିଖଲାଜା’ ‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ ଆଦିରେ ବିଚାରପତି ଭୂମିକା ଗ୍ରହଣ କରିଥିଲେ।

Spread the love