ସପୁରୀ ରାଇତା

ଆବଶ୍ୟକ ସାମଗ୍ରୀ
ସପୁରୀ – ୨୫ ଗ୍ରାମ
ଦହି – ୬୦ ଗ୍ରାମ୍‌
କଞ୍ଚା ଲଙ୍କା – ଗୋଟିଏ
କଳା ଲୁଣ – ସ୍ୱାଦାନୁସାରେ
ଚିନି – ଦେଢ଼ ଛୋଟ ଚାମଚ
ଗୋଲମରୀଚ ପାଉଡର – ଚିମୁଟାଏ
ପୋଦିନା ପତ୍ର – ୨ ଛୋଟ ଚାମଚ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ସପୁରୀକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
ଏବେ ପାତ୍ରରେ ଦହି ପକାଇ ଭଲଭାବେ ଫେଣ୍ଟି ନିଅନ୍ତୁ।
ଏବେ ଏଥିରେ ସପୁରୀ ଖଣ୍ଡକୁ କାଟି ଅନ୍ୟ ସାମଗ୍ରୀ ମିଶାଇ ଦିଅନ୍ତୁ।
ଏହାକୁ ସର୍ଭିଙ୍ଗ ଡିସରେ ବାହାର କରି ସପୁରୀ ଖଣ୍ଡ ଏବଂ ପୋଦିନା ପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ।

Spread the love