ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ କାଇ ଚଟଣୀକୁ ଜିଆଇ ମାନ୍ୟତା

ଓଡ଼ିଶାର ଆଉ ୨ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା। ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ ଓ ନୟାଗଡ଼ ଜିଲ୍ଲା କଣ୍ଟିଲୋ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା।

ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ କାଇ ଚଟଣୀକୁ ଜିଆଇ ମାନ୍ୟତା ପାଇଁ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓୟୁଏଟି ମାଧ୍ୟମରେ ଆବେଦନ କରାଯାଇଥିଲା। ଏବେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ଜର୍ନାଲରେ ପ୍ରକାଶିତ ହୋଇଛି। କାଇ ଚଟଣୀରେ ବହୁ ଔଷଧୀୟ ଗୁଣ ରହିଥିବା ଦାବି କରି ଆସୁଛି ମୟୂରଭଞ୍ଜ କାଇ ସୋସାଇଟି।

Spread the love