ସୋଆ ବିଶ୍ୱବିଦ୍ୟାଳୟର ଯୁକ୍ତଦୁଇ ବିଦ୍ୟାଳୟ,ଆଇ.ଏଚ.ଏସ୍‌.ସିରେ “ମାଇଣ୍ଡ ମାଟର୍ସ” ମାନସିକ ସ୍ୱାସ୍ଥ୍ୟ କମର୍ଶାଳା ଅନୁଷ୍ଠିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୭: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଯୁକ୍ତଦୁଇ ମହାବିଦ୍ୟାଳୟର ପରିସରରେ ଆଜି ଅପରାହ୍ନରେ ଗ୍ଲୋବାଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମେଡିକାଲ୍ ଷ୍ଟୁଡେଟଂସ୍ (ଜିଏଆଇଏମ୍‌ଏସ୍‌) ଆନୁକୂଲ୍ୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ \”ମାଇଣ୍ଡ ମାଟର୍ସ’ ଅନୁଷ୍ଠିତ ହୋଇଯାଇଛି । ଏହି କମର୍ଶାଳାରେ ସଭାପତିତ୍ୱ କରିଥିଲେ ଜିଏଆଇଏମ୍‌ଏସ୍‌ର ମୁଖ୍ୟ ଡା. ମୌସୁମୀ ଭଟ୍ଟାଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇ.ଏଚ.ଏସ୍‌.ସିର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଦିଲୀପ ସାହୁ, ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ରବୀନ୍ଦ୍ର କୁମାର କର ଓ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ସନ୍ତୋଷ ପାଣିଗ୍ରାହୀ । ଅତିଥିମାନେ ଓଡ଼ିଆ ଭାଗବତ ଓ ଯୋଗ ର୍ଦଶନ ଆଧାରରେ କିଶୋରାବସ୍ଥାର ଚାପ, ଉଦ୍‌ବେଗ ଓ ମାନସିକ ଦ୍ୱନ୍ଦ୍ୱକୁ କିପରି ସାମ୍ନା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗର୍ଦଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ମନୋଚିକିତ୍ସକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜର ମନର ଦ୍ୱନ୍ଦ୍ୱ ଦୂର କରିଥିଲେ । ବିଶେଷ କରି \”ମନକୁ ବୁଝିବା, ମନକୁ ସମ୍ଭାଳିବା ଓ ଆଶାକୁ ଜାଗ୍ରତ କରିବା’ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କର୍ମଶାଳା ଶେଷରେ ଜିଏଆଇଏମ୍‌ଏସ୍‌ର ବରିଷ୍ଠ ଅଧିକାରୀ ଡା. ସତ୍ୟ ସାର୍ଥକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *