ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଗହଣରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ବିଜେପି

ଆଜି  ଦେଶର ସର୍ବାଧିକ ଲୋକପ୍ରିୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୬୯ ତମ ଜନ୍ମଦିନ । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗର ସ୍ଥିତ ଉକ୍ରଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ରାଜ୍ୟ ବିଜେପି ନେତୃବୃନ୍ଦ ଛେନା ପୋଡ କାଟିବା ସହ ଚକୋଲେଟ ବାଂଟି ଜନ୍ମଦିନକୁ ପାଳନ କରିଥିଲେ ।

ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଦିନ ଜନସାଧାରଣମାନଙ୍କୁ ସେବା ଯୋଗାଇ ଚାଲିଛନ୍ତି ।

ସେଥିପାଇଁ ଦେଶବ୍ୟାପୀ ମୋଦିଜୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଆଜି ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଥରେ ମାତ୍ର ବ୍ୟବହୃତ ହେଉଥିବା ତଥା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ । ଏଥି ସହ ବୃକ୍ଷରୋପଣ , ଟ୍ରାଫିକ ନିୟମ ପାଳନ, ସୌରଶକ୍ତି ବ୍ୟବହାର, ସ୍ୱଚ୍ଛତା, ଗରୀବ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ସଂକଳ୍ପ ନିଆଯାଇଥିଲା ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମଦିନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ, ମନୋରଜଂନ ସ୍ୱାଇ, ରଶ୍ମି ମହାପାତ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love