ଚନ୍ଦ୍ର ଗ୍ରହଣ ସମୟରେ ପାଠ କରନ୍ତୁ ଏହି ୧୦ ମନ୍ତ୍ର

କୌଣସି ମନ୍ତ୍ର ସିଦ୍ଧି କରିବାର ସବୁଠୁ ଉପଯୁକ୍ତ ସମୟ ହେଉଛି ଚନ୍ଦ୍ର ଗ୍ରହଣ ବୋଲି ମାନ୍ୟତା ରହିଛ । କୌଣସି ମନ୍ତ୍ରକୁ ସିଦ୍ଧି କରିବାକୁ ଚାହୁଁଥିଲେ ଚନ୍ଦ୍ର ଗ୍ରହଣ ସମୟରେ ଏହାକୁ ଜପ କରନ୍ତୁ । ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ପାଇଁ ମାଳାର ଆବଶ୍ୟକତା ପଡ଼ିନଥାଏ । କାରଣ ଏହି ସମୟ ସବୁଠୁ ବଡ଼ ମହତ୍ତ୍ୱ ରଖିଥାଏ ।ଚନ୍ଦ୍ରଙ୍କ ପ୍ରଶନ୍ନତା ପାଇଁ ସମସ୍ତେ ଏହି ଦିନରେ ଚନ୍ଦ୍ର ସମ୍ବନ୍ଧିତ ମନ୍ତ୍ର ପାଠ କରିବା ଉଚିତ୍‌ । ସପ୍ତାହରେ ଗୋଟିଏ ଦିନ ସୋମବାରକୁ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ପ୍ରତି ପୂର୍ଣ୍ଣିମାରେ ଏହି ସରଳତମ ଚନ୍ଦ୍ର ମନ୍ତ୍ର ଏକ ମାଳା ପାଠ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ସରଳ ମନ୍ତ୍ରକୁ ଚନ୍ଦ୍ର ଗ୍ରହଣ ସମୟରେ କିମ୍ବା ପୂର୍ଣ୍ଣିମା ରାତିରେ ନିଶ୍ଚୟ ପଢ଼ନ୍ତୁ । ପୂର୍ଣ୍ଣ ହେବ ମନୋରଥ ।

ନିମ୍ନ ଲିଖିତ ମନ୍ତ୍ରକୁ ଗ୍ରହଣ ସମୟ ପର୍ଯ୍ୟନ୍ତ ଲଗାତାର ଜପ କରନ୍ତୁ –

୧. ଯଦି ଆପଣଙ୍କ ଶତ୍ରୁ ସଂଖ୍ୟା ଅଧିକ ଅଛନ୍ତି ତେବେ ବଗଳାମୁଖୀଙ୍କ ନିମ୍ନ ମନ୍ତ୍ର ପାଠ କରନ୍ତୁ

ଓଁ ହ୍ଲୀଂ ବଗଳାମୁଖୀ ଦେବୈ ସର୍ବ ଦୁଷ୍ଟାନାମ୍‌ ବାଞ୍ଚ ମୁଖଂ ପଦଂ ସ୍ତମ୍ଭୟ ଜିହ୍ଵାମ୍‌ କୀଳୟ-କୀଳୟ ବୁଦ୍ଧିମ ବିନାଶାୟ ହ୍ଲୀଂ ଓଁ ନମଃ ।

୨. ବାକ୍‌ ସିଦ୍ଧି ପାଇଁ –

ଓଁ ହ୍ଲୀଂ ଦୁଂ ଦୁର୍ଗାୟଃ ନମଃ

୩. ଲକ୍ଷ୍ମୀ ପ୍ରାପ୍ତି ପାଇଁ ତାନ୍ତ୍ରିକ ମନ୍ତ୍ର-

ଓଁ ଶ୍ରୀଂ ହୀଂ କ୍ଳୀଂ ଐଂ ଓଁ ସ୍ୱାହାଃ ।

୪. ଚାକିରି ଏବଂ ବେପାରରେ ବୃଦ୍ଧି ପାଇଁ-

ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ-ପ୍ରସୀଦ ଶ୍ରୀଂ ହ୍ରୀଂ ମହାଲକ୍ଷ୍ମୈ ନମଃ ।

୫. ମକଦ୍ଦମାରେ ବିଜୟ ପାଇଁ-

ଓଁ ହ୍ଲୀଂ ବଗଳାମୁଖୀ ସର୍ବ ଦୁଷ୍ଟାନାମ୍‌ ବାଞ୍ଚ ମୁଖଂ ପଦଂ ସ୍ତମ୍ଭୟ ଜିହ୍ଵାୟାଂ କୀଳୟ ବୁଦ୍ଧି ବିନାଶୟ ହ୍ଲୀଂ ଓଁ ସ୍ୱାହା ।
ଏଠାରେ ସର୍ବ ଦୁଷ୍ଟାନାମ୍‌ ସ୍ଥାନରେ ଯାହାଠାରୁ ମୁକ୍ତି ଚାହୁଁ ଥିବେ ତାଙ୍କ ନାମ ନେଇପାରିବେ ।

୬. ଓଁ ଶ୍ରାଂ ଶ୍ରୀଂ ଶ୍ରୋଂ ଚନ୍ଦ୍ରମସେ ନମଃ ।

୭. ଓଁ ସୋଂ ସୋମାୟ ନମଃ ।

୮. ଓଁ ଚଂ ଚନ୍ଦ୍ରମସୈ ନମଃ ।

୯. ଓଁ ଶୀତାଂଶୁ, ବିଭାଂଶୁ, ଅମୃତାଂଶୁ ନମଃ ।

୧୦. ଓଁ ଐଂ କ୍ଳୀଂ ସୌମାୟ ନାମାୟ ନମଃ ।

କୌଣସି ମନ୍ତ୍ର ସେତେବେଳେ ସଫଳତା ହୋଇଥାଏ ଯଦି ଆପଣଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଏଥିପ୍ରତି ରହିଥାଏ । କାହାର ଖରାପ ପାଇଁ ପ୍ରୟୋଗ ମନ୍ତ୍ର ସିଦ୍ଧି ହୋଇ ନଥାଏ । ମନ୍ତ୍ର ଜପିବା ସମୟରେ ଏକ ସୁଗନ୍ଧିତ ଧୂପ ଜଳାଇବାକୁ ଭୁଲନ୍ତୁ ନାହିଁ । ଏକାଗ୍ର ଭାବେ ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ରକୁ ବିଧି ପୂର୍ବକ ଜପ କଲେ ମନସ୍କାମନା ପୂର୍ଣ୍ଣ ହେବା ସହ କଷ୍ଟ ଦୂର ହୋଇଥାଏ ।

Spread the love