ମଶା ଦାଉରୁ ତୁରନ୍ତ ମିଳିବ ମୁକ୍ତି, ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଗରମରେ ମଶାଙ୍କର ପ୍ରକୋପ ବି ବଢ଼ିଯାଏ। ରାତିରେ ଶୋଇବା ସମୟରେ ମଶାଙ୍କ କାରଣରୁ ନିଦ ଭଲ ହୋଇନଥାଏ। କେବଳ ଏତିକି ନୁହେଁ ମଶା କାମୁଡିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଏହା ଶରୀରକୁ ଅନେକ ମାତ୍ରାରେ କ୍ଷତି ପହଁଚାଇପାରେ। ଏମିତିରେ ବହୁତ ଜରୁରୀ ହୋଇଥାଏ ମଶାଙ୍କ ଦାଉରୁ ନିଜକୁ ରକ୍ଷା କରିବା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ମଶା ଦାଉରୁ ଆପଣ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାର ଉପାୟ।
ଯଦି ଆପଣ ତୁଳସୀ ଗଛ ଘରର ଝରକାରେ ରଖନ୍ତି ତାହେଲେ ସେଠାରୁ ମଶା ପଳାଇଯିବେ। ତୁଳସୀ ନା କେବଳ ମଶାଙ୍କୁ ଘଉଡାଇଥାଏ ବରଂ ମଶାଙ୍କୁ ରୁମ୍ ଭିତରକୁ ଆସିବାକୁ ବି ଦିଏନାହିଁ। ଏହାଛଡା ମଶା ଘଉଡାଇବା ପାଇଁ ଆପଣ ଲେମ୍ବୁ ଏବଂ ଗେଣ୍ଡୁ ଗଛ ମଧ୍ୟ ଲଗାଇ ପାରିବେ। ଯେଉଁଭଳି ଭାବେ ସ୍ୱାସ୍ଥ୍ୟ ପାଇଁ ଲିମ୍ବ ଲାଭଦାୟକ ହୋଇଥାଏ ସେହିଭଳି ମଶାଙ୍କୁ ଘଉଡାଇବା ପାଇଁ ଏହା ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ।
ଏଥିପାଇଁ ଲେମ୍ବୁ ଏବଂ ନଡିଆ ତେଲକୁ ବରାବର ମାତ୍ରାରେ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଦେହରେ ଲଗାଇ ଦିଅନ୍ତୁ। ଏହାର ପ୍ରଭାବ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ।
ବରାବର ମାତ୍ରାରେ ଲେମ୍ବୁ ତେଲ ଏବଂ ନୀଳଗିରି ତେଲ ନେଇ ମିକ୍ସ କରନ୍ତୁ। ଏହାକୁ ନେଇ ଶରୀରରେ ଲଗାଇ ଦିଅନ୍ତୁ। ଏହାର ବାସ୍ନାରେ ମଶା ଆପଣଙ୍କ ପାଖ ମାଡିବେନାହିଁ।
ରସୁଣର ଗନ୍ଧରେ ମଶା ତାର ପାଖକୁ ଆସେନାହିଁ। ତେଣୁ ଆପଣ ରସୁଣକୁ ପେଶି ପାଣିରେ ଫୁଟାଇ ରୁମ ସାରା ସିଞ୍ଚନ କରିଦିଅନ୍ତୁ। ଦେଖିବେ ଏହାର ବାସ୍ନାରେ ଘରକୁ ଆଉ ମଶା ଆସିବେନାହିଁ।

Spread the love