ନୀଳଗିରିରେ ‘ୟାସ୍’ର ତାଣ୍ଡବ : ଭାଙ୍ଗିଲା ଘର, ଲୋକେ ଭୟଭୀତ

ନୀଳଗିରି ୨୬।୫: ବାତ୍ୟା ‘ୟାସ୍’ ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି । ବୁଧବାର ସକାଳୁ ବହୁ ଜୋରରେ ପବନ ବୋହିବା ସହ ଗଛ ଉପାଡିବା ସହ ଡାଳ ମଧ୍ୟ ଭାଙ୍ଗି ପଡିଛି । ଧନ ଜୀବନ ବଞ୍ଚାଇବାକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ମାଟି ଘରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୧୪ ହଜାରରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଅଣା ଯାଇଛି ।

ମଙ୍ଗଳବାର ରାତିରେ ମଧ୍ୟ ବହୁ ଚାଳ ଘର ଭାଙ୍ଗିଥିବା ସୂଚନା ମିଳିଛି । ବୁଧବାର ସକାଳେ ପବନର ବେଗ ଏତେ ତୀବ୍ର ଥିଲା ଯେ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡିଛି ।

Spread the love