ବାଙ୍ଗାଲୁର ରୁ ନିର୍ବାଚନ ଲଢିବେ ଓଡିଆ ପୁଅ

ସୁଦୂର ବାଙ୍ଗାଲୁରରୁ ନିର୍ବାଚନ ଲଢିବେ ଓଡିଆ ପୁଅ ଅନିଲ କୁମାର ରାପର୍ତ୍ତୀ । ସେ ବାଙ୍ଗାଲୁରୁ ସ୍ଥିତ ରାପାର୍ତି କନ୍ସଲଟାନ୍ସି ପ୍ରାଇଭେଟ୍ ଲିମିଟେଡର ନିର୍ଦେଶକ। ଚଳିତ ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିରେ ସେ ପାଦ ଥାପିଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଅନିଲଙ୍କ ପ୍ରାର୍ଥିତ୍ବ ସେଠାକାର ପ୍ରବାସୀ ଓଡ଼ିଆଙ୍କୁ ଉତ୍ସାହିତ କରିଛନ୍ତି। ଅନିଲଙ୍କ ନିଜ ଘର କୋରାପୁଟ ଜିଲ୍ଲାର ଜୟପୁର ସହରରେ ହୋଇଥିଲେ ହେଁ ସେ ଗତ ଚାରି ବର୍ଷ ହେଲା ପତ୍ନୀଙ୍କ ସହିତ ବେଙ୍ଗାଲୁରୁରେ ରହୁଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରୁ ଚଳିତ ଥର ଅନିଲ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

କୌଣସି ଦଳକୁ ସେ ପ୍ରତିନିଧିତ୍ୱ କରୁନାହାନ୍ତି। ବରଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇତିମଧ୍ୟରେ ପ୍ରଚାର ଆରମ୍ଭ କରିସାରିଲେଣି। ପତ୍ନୀ ଓ କିଛି ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି। ନିର୍ବାଚନ ପାଇଁ ତାଙ୍କୁ ‘ଏନଭଲପ୍’ (ଲଫାପା) ଚିହ୍ନ ମିଳିଛି। ସିଧାସଳଖ ଲୋକଙ୍କୁ ଭେଟି ଭୋଟ ମାଗିବା ସହ ସୋସିଆଲ ମିଡିଆର ସାହାର ବି ନେଉଛନ୍ତି। ଏନେଇ ଅନିଲ କହିଛନ୍ତି ଯେ, ହାରିବା, ଜିତିବା ତାଙ୍କ ପାଇଁ କୌଣସି ଗୁରୁତ୍ବ ରଖୁନାହିଁ। ଲୋକଙ୍କ ପାଇଁ କାମ କରିବାକୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି।

Spread the love