ଲୀଳାବତୀଙ୍କ ଶତେକ କନ୍ୟା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୮ ମାର୍ଚ୍ଚ : ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ‘ଲୀଳାବତୀଙ୍କ ଶତେକ କନ୍ୟା: ଭାରତର ମହିଳା ବୈଜ୍ଞାନିକ’ ପୁସ୍ତକ ବୁଧବାର ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରଖ୍ୟାତ ବୈଜ୍ଞାନିକ ପଦ୍ମଶ୍ରୀ ରୋହିଣୀ ଗଡବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ସଂପାଦିତ ଇଂରାଜୀ ପୁସ୍ତକ “ଲୀଳାବତୀଜ ଡଟର୍ସ” (ଏଲ୍‌‌ଡି)ର ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ସୋଆରେ କାର୍ଯ୍ୟରତ ପ୍ରଫେସର ନଚିକେତା ଖମାରୀ ଶର୍ମା ଓ ଡ. ଦୀପକ କୁମାର ପଟ୍ଟନାୟକ । ଉନ୍ମୋଚନ ସମୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଡିସ୍‌ନାଲ ରେଜିଷ୍ଟ୍ରାର ଡ. ଶଶାଙ୍କ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଫେସର ଶର୍ମା ପୁସ୍ତକ ବିଷୟରେ ଟିପ୍ପଣୀ ଦେଇ କହିଥିଲେ ଯେ ଏହି ପୁସ୍ତକରେ ଶହେ ଜଣ ଭାରତୀୟ ନାରୀ ବିଜ୍ଞାନୀମାନଙ୍କ ଜୀବନୀକୁ ସତ୍ୟନିଷ୍ଠ ଭାବେ ସ୍ଥାନୀତ କରାଯାଇଛି । ଏହି ଶହେଟି ପ୍ରବନ୍ଧ (କିଛି ଜୀବନୀ ଆଧାରିତ)ରେ ଭାରତରେ ଜଣେ ନାରୀ ବିଜ୍ଞାନୀ ହେବା ପାଇଁ କିପରି ସମପର୍ଣ ଓ ଶକ୍ତି ଆବଶ୍ୟକ କରେ ତାହା ଦର୍ଶାଇଛି । ସଂସ୍କୃତିଗତ ବିବିଧତା, ଆଂଚଳିକ ପାଥର୍କ୍ୟ, ଭାଷା ଓ ପାରମ୍ପରିକତାକୁ ଏଡ଼ାଇବା ସହିତ ବିଜ୍ଞାନରେ କ୍ୟାରିୟର ଗଢ଼ିବା ଏକ ଜଟିଳ ପ୍ରକ୍ରିୟା । ଏହି କାହାଣୀରୁ ଏହି ଶିକ୍ଷା ମିଳେ ଯେ ପରିବାର ଓ କ୍ୟାରିୟର ମଧ୍ୟରେ ସମନ୍ୱୟ ରଖିବା ଅନେକ ଆହ୍ୱାନ ଭିତରୁ ଗୋଟିଏ ହେଲେ ମଧ୍ୟ ତାହା ଅନେକ ନାରୀ ବିଜ୍ଞାନୀଙ୍କ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବରୋଧ ସାଜିଥିଲା ।
‘ଲୀଳାବତୀସ ଡଟର୍ସ’ ପ୍ରଚଳିତ ସଂସ୍କୃତିରେ କିପରି ପ୍ରବେଶ କରିଛି ତାହା ଏକ ଅପ୍ରତ୍ୟାଶିତ ସ୍ରୋତରୁ ସୂଚିତ ହୁଏ । ସୁପ୍ରସିଦ୍ଧ ଟେଲିଭିଜନ୍ ଗେମ୍ ଶୋ, ‘କୌନ୍ ବନେଗା କରୋଡ୍‌‌ପତି’ର ଦ୍ୱାଦଶତମ ସଂସ୍କରଣରେ (ହୁ ୱାଂଟସ୍ ଟୁ ବି ଏ ମିଲିଅନାୟାର? ର ଭାରତୀୟ ରୁପାନ୍ତର) ୪୩ତମ ଅଧ୍ୟାୟର ଶେଷ ପ୍ରଶ୍ନ (ଡିସେମ୍ବର ୨୦୨୦) ଥିଲା \”ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ଶହେଟି ପ୍ରବନ୍ଧ ଥିବା ଏକ ପୁସ୍ତକ ଲୀଳାବତୀସ ଡଟର୍ସ କେଉଁ ବର୍ଗସମୂହ ଉପରେ ଆଧାରିତ?\” ବିକଳ୍ପ ଉତର ଗୁଡ଼ିକ ଥିଲା: ଭାରତୀୟ ନାରୀ ବିଜ୍ଞାନୀ, ଇତିହାସକାର, କବି ଓ ସ୍ଥପତି । ପ୍ରତିଯୋଗୀ ଯିଏ ଜଣେ ନାରୀ ସେ ଏହି ପ୍ରଶ୍ନଟିର ସଠିକ୍ ଉତର ଦେଇ ସଂପୂର୍ଣ୍ଣ ପ୍ରତିଯୋଗିତା ଜିତିଥିଲେ । କାହିଁକି ଏହି ପୁସ୍ତକ ଭାରତର ଅଗଣିତ ସ୍କୁଲଛାତ୍ରୀଙ୍କ ଭବିଷ୍ୟତ ଜୀବନ ପାଇଁ ମାଗର୍ଦର୍ଶିକାର କାମ କରିବ ଏହାର ମୁଖବନ୍ଧରେ ତାହା ବିସ୍ତୃତ ଭାବରେ ବର୍ଣ୍ଣିତ ଅଟେ । ଏହି ବହି ଅନୁବାଦକଙ୍କୁ ଏତେ ମାତ୍ରାରେ ଅନୁପ୍ରାଣିତ କରିଥିଲା ଯେ ଲୀଳାବତୀଙ୍କ କନ୍ୟାମାନଙ୍କ କାହାଣୀକୁ ବ୍ୟାପକ ସ୍ତରରେ ପ୍ରଚାର-ପ୍ରସାର ପାଇଁ ସେ ସୋଫଲ (ଶିକ୍ଷା ଓ ଅନୁସନ୍ଧାନ ଫେର୍ଟନାଇଟଲୀ ଏକାଡେମିକ ଲେକ୍‌ଚର) ପାକ୍ଷିକ ବକ୍ତୃତାମାଳା ଜରିଆରେ ଜୀବନ୍ତ ଲୀଳାବତୀଙ୍କ କନ୍ୟାମାନଙ୍କୁ ଅନ୍ତତଃପକ୍ଷେ ଏମ୍‌‌ଏସ ଟିମ୍‌‌ସ ଭଳି ଆଭାସୀ ପ୍ଲାଟ୍‌‌ଫର୍ମରେ ସେମାନଙ୍କ ଚିତାକର୍ଷକ ଯାତ୍ରା ସଂର୍ପକରେ ଅନ୍ୟମାନଙ୍କୁ କହିବା ପାଇଁ ପ୍ରତି ପନ୍ଦର ଦିନରେ ଏକାଠି କରିପାରିଛନ୍ତି । ଏପ୍ରିଲ-୨୦, ୨୦୨୪ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ଏପର୍ଯ୍ୟନ୍ତ ୪୨ ଜଣ ବିଖ୍ୟାତ ଲୀଳାବତୀ କନ୍ୟା ସେମାନଙ୍କର ସଦୟ ସ୍ୱୀକୃତି ପ୍ରଦାନପୂର୍ବକ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ଜରିଆରେ ଅଗଣିତ ଶ୍ରୋତାଙ୍କୁ ବିମୁଗ୍ଧ କରିଛନ୍ତି । ଏହି ପୁସ୍ତକଟି ସାହସ, ସମର୍ପଣ ଓ ଆକାଂକ୍ଷାର ଏକ ଅଭିବ୍ୟକ୍ତି, ଯାହା ବ୍ୟକ୍ତିଗତ ଭାବେ ପାଠକଙ୍କ ହୃଦୟ ଓ ମନକୁ ଛୁଇଁବ । ଏହି ପୁସ୍ତକରେ ଓଡିଶାର ବା ଓଡିଶାକୁ କର୍ମକ୍ଷେତ୍ର ଭାବେ ବାଛିଥିବା ବୈଜ୍ଞାନିକମାନେ ହେଲେ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି, ପ୍ରଫେସର ପୁଷ୍ପା ଖାରେ ଏବଂ ପ୍ରଫେସର ଶିଖା ବର୍ମା । ଅନ୍ୟ ପ୍ରଖ୍ୟାତ ଚରିତ୍ରଙ୍କ ମଧ୍ୟରେ ଅଛନ୍ତି ୧୯୯୪ରେ ଆଇସିଏମ୍‌‌ଆ‌ରର ମହାନିର୍ଦ୍ଦେଶକ (ପ୍ରଥମ \”ମହିଳା ଡିଜି\”) ଭାବେ ନିଯୁକ୍ତି ପାଇଥିବା ବୈଜ୍ଞାନିକ ଜି. ଭି. ସତ୍ୟବତୀ । ସେମାନଙ୍କ ମଧ୍ୟରୁ ପଚିଶ ଜଣ ଇହଲୀଳା ସମ୍ବରଣ କରିସାରିଛନ୍ତି । ଏହି ପୁସ୍ତକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଭପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *