ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କଲେ ରାଜ୍ୟ ସରକାର, ଉପକୃତ ହେବେ ୧୭ ହଜାର ପିଲା

ସରକାରୀ ଇଂଜିନୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କର ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ହଷ୍ଟେଲ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଯାହା ଫଳରେ ରାଜ୍ୟର ପ୍ରାୟ ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ରାଜ୍ୟରେ  ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ଫି ଛାଡ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love