ବ୍ରାଉନସୁଗାର ଜବତ ,ଜଣେ ଗିରଫ

ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ): ନାଲକୋନଗର ଥାନା କୁରୁଡୋଲ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଆଉ ଏହି ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କୁରୁଡୋଲ ଗାଁ ର କୃଷ୍ଣ ଚନ୍ଦ୍ର ସାହୁ। ୨ ମାସ ହେବ କୃଷ୍ଣଚନ୍ଦ୍ର ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଅନୁଗୋଳରେ ବିକ୍ରି କରୁଥିଲା।

କୋଣସି ସୂତ୍ରରୁ ନାଲକୋ ପୋଲିସକୁ ଏ ନେଇ ଖବର ମିଲିଥିଲା। ନାଲକୋ ପୋଲିସ ଏ ସମ୍ପର୍କରେ ମାଜିଷ୍ଟେଟ ଚିତ୍ରାନନ୍ଦ ନାୟକକୁ ଅବଗତ କରାଇଥିଲେ।

ଏନେଇ କୁରୁଡୋଲ ଠାରେ ଥିବା ଏକ ନିର୍ମାଣଧିନ ଘରେ ଉପରେ ଚଢ଼ାଉ କରିଥିଲେ ଅନୁଗୋଳ ମାଜିଷ୍ଟ୍ରେଟ ଓ ନାଲକୋ ପୋଲସ। ଚଢ଼ାଉ ସମୟରେ କୃଷ୍ଣଚନ୍ଦ୍ର ସାହୁଙ୍କଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର  ଜବତ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 

Spread the love