ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍, ଚାପି ହୋଇ ବାଇକ୍ ଆରୋହୀ ମୃତ

ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ। ଟ୍ରକ ତଳେ ଚାପି ହୋଇ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୋଟର ସାଇକେଲ ପଛପଟେ ବସିଥିବା ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି।
ମୃତକ ହେଲେ ଶୁରମଣି ଗାଁର ଦଣ୍ଡପାଣି ନାୟକ। ପେଟ୍ରୋଲ ପମ୍ପ୍‌ରୁ ପେଟ୍ରୋଲ ପକାଇ ବାହାରୁଥିବା ବେଳେ, ଆସିକା ପଟୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ୪୦୭ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରକ ତଳେ ଚାପି ହୋଇ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଟ୍ରକ ତଳୁ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଛି। ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ।

Spread the love