ଯୌତୁକରେ ୧ ଟଙ୍କିଆ କଏନ ସାଙ୍ଗକୁ ନଡ଼ିଆଟିଏ ଆଣିଲେ କ‌ନଷ୍ଟେବଳ

ଜୟପୁର: ଆପଣମାନେ ଅଧିକାଂଶ ସମୟରେ ଯୌତୁକ ପାଇଁ ବଧୂ ହତ୍ୟାର ଖବର ଶୁଣୁଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବାବଦରେ କହିବାକୁ ଯାଉଛୁ, ଯିଏ କି ଯୌତୁକ ଆଣିଛନ୍ତି ସତ କିନ୍ତୁ କେବଳ ପରମ୍ପରା ରକ୍ଷା କରିବାକୁ | ଯୌତୁକ ବାବଦରେ ସେ ୧ ଟଙ୍କିଆ କଏନ ସହ ନଡ଼ିଆଟିଏ ହିଁ ଆଣିଛନ୍ତି | ରାଜସ୍ଥାନର କୋଟାର ସୁଲତାନପୁରରେ ଜଣେ ପୁଲିସ କନଷ୍ଟେବଳ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲୋକମାନେ ତାଙ୍କ ପଦକ୍ଷେପକୁ ବହୁତ ପ୍ରଶଂସା କରୁଛନ୍ତି | ବାସ୍ତବରେ, ପୁଲିସ କନଷ୍ଟେବଳ ମୁକେଶ ମୀନା ତାଙ୍କ ବିବାହରେ ସର୍ତ୍ତ ରଖିଥିଲେ ଯେ ବିନା ଯୌତୁକ ଏବଂ ଉପହାରରେ ବିବାହ କରିବେ। ମୁକେଶ ସୁମନ କୁମାରୀଙ୍କୁ ବିବାହ କରିଥିବାବେଳେ ବର ମୁକେଶ ମୀନାଙ୍କ ସହ ତାଙ୍କ ବଡ ଭାଇ ନରେଶ ମୀନା ଏବଂ ପିତା ସାବୁ ଲାଲ ଯୌତୁକ ପ୍ରଥାକୁ ଅଭିଶାପ ଏବଂ ଅନ୍ୟାୟ ବୋଲି ଭାବି କିଛି ନ ନେବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଗୋଟିଏ ଟଙ୍କିକିଆ କଏନ ଏବଂ ଏକ ନଡ଼ିଆକୁ ସେମାନେ ଉପହାର ଭାବେ ନେଇକି ଆସିଥିଲେ |
ମୁକେଶ ମୀନା କହିଛନ୍ତି ଯେ ବିବାହ ପୂର୍ବରୁ ସେ କନ୍ୟାଘର ସମ୍ପର୍କୀୟଙ୍କଠାରୁ କୌଣସି ଉପହାର ନ ନେବାକୁ କହିଥିଲେ। ଏହା ସତ୍ତ୍ୱେ ବିବାହ ଦିନ ଝିଅର ପରିବାର ଏବଂ ସମ୍ପର୍କୀୟମାନେ ‘କନ୍ୟାଦାନ’ ପ୍ରଥାର ଦ୍ୱାହି ଦେଇ ଦାମୀ ଉପହାର ଦେବାକୁ ଚେଷ୍ଟା କଲେ | ଯାହା ମୁଁ ଏବଂ ମୋ ପରିବାର ସଦସ୍ୟ ସ୍ୱେଚ୍ଛାକୃତ ଭାବେ ନେବାକୁ ମନା କରିଦେଇଥିଲୁ | ବିନା ଯୌତୁକରେ ହୋଇଥିବା ଏହି ଅନନ୍ୟ ବିବାହ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି | ବରର ସମ୍ପର୍କୀୟମାନେ କହିଥିଲେ ଯେ ବିବାହ ରୀତିନୀତିକୁ ସମ୍ପୂର୍ଣ୍ଣ କରିବା ପାଇଁ କେବଳ ଗୋଟିଏ ଟଙ୍କା ଏବଂ ନଡ଼ିଆ ନେଇ ବିବାହ ସଫଳ ହୋଇଥିଲା। ଗ୍ରାମବାସୀ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏହା ସମାଜ ପାଇଁ ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି।

Spread the love