ପାରାଦୀପରେ ତିନି ହେବିଓ୍ବେଟ, କଂଗ୍ରେସ ଦେବ କଡା ଟକ୍କର

ଓଡିଶା ରାଜନୀତିରେ ପ୍ରମୁଖ ଅଂଶ ଗ୍ରହଣ କରୁଥିବା ପାରଦୀପରେ ଏଥର ଦେଖିବାକି ମିଳିବ କଡା ଟକ୍କର । ତିନି ପ୍ରମୁଖ ରାଜନୈତିକ ଦଳ  ସେମାନଙ୍କର ବ୍ରହ୍ଣାସ୍ତ୍ର ପ୍ରୟୋଗ କରିବା ଲକ୍ଷରେ ରହିଛି । ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ପୂର୍ବତନ ବିଜେଡି ବରିଷ୍ଠ ନେତା ତଥା ବର୍ତ୍ତମାନର ବିଜେପି ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ବାଛିଥିବା ବେଳେ ବିଜେପି ସମ୍ପଦ ସ୍ୱାଇଁଙ୍କୁ ଦାୟିତ୍ବ ଦେଇଛନ୍ତି ।  ଏବଂ ଅରିନ୍ଦମ ସର୍ଖେଲ ତଥା ବାପି ସର୍ଖେଲଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ବଡ କଥା ହେଲା ବିଜେଡିରୁ ବହିଷ୍କୃତ ହେବା ପରେ ସ୍ଥାନୀୟ ବିଧାୟକ ଦାମୋଦର ରାଉତଙ୍କର ଲୋକପ୍ରିୟତାରେ  କିଛିଟା ଅବନତୀ ଘଟିଛି । ଦାମ ବାବୁ ବିଜେପିରେ ସାମିଲ ହେବା ପରେ ବିଜେପି ଟିକେଟରୁ ପାରଦୀପ ପରିବର୍ତ୍ତେ ବାଲିକୁଦା-ଏରସମାରେ ଲଢିବେ ।

ତେବେ ଦାମଙ୍କର ଏହି ବଳିଦାନ ପୁଅ ସମ୍ବିତଙ୍କ ପାଇଁ ବୋଲି ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପାରଦୀପ ଲଢେଇ ପାଇଁ ସମ୍ବିତ ରାଉତଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି । ସେପଟେ 2014ରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଅରିନ୍ଦମ ସର୍ଖେଲଙ୍କୁ ଦଳ ପୁଣି ଥରେ ଭରସିଛି । କଂଗ୍ରେସ 2014ରେ ଏ ନିର୍ବାଚନ ମଣ୍ଡଳୀରେ ଅଧିକ 10 ପ୍ରତିଶତ ଭୋଟ ବ୍ୟାଙ୍କ ବୃଦ୍ଧି କରିଛି। ଅର୍ଥାତ୍ ବର୍ତମାନ ପାରାଦୀପରେ କଂଗ୍ରେସର 21 ପ୍ରତିଶତରୁ ଅଧିକ ଭୋଟ୍ ରହିଛି। ବିଜେପି ମାତ୍ର 4 ପ୍ରତିଶତ ଭୋଟ୍ ପାଇଥିବାରୁ କଂଗ୍ରେସର ବହୁ ପଛରେ ରହିଛି। ତେଣୁ ପାରାଦୀପରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଉଭୟ ବିଜେଡି ଓ ବିଜେପିର ନୁଆ ମୁହଁ ରହିଥିବା ବେଳେ କଂଗ୍ରେସର ପୁରୁଣା ତଥା ହେଭିୱେଟ ନେତା ଅରିନ୍ଦମ ସର୍ଖେଲଙ୍କୁ କଂଗ୍ରେସ ପୁଣିଥରେ ପ୍ରାର୍ଥୀ କରିବା ପରେ ଏଠାରୁ 2019ର ଲଢ଼େଇ ଖୁବ୍ ଜମିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି ।

Spread the love