ପାଟକୁରାରେ ବିଜେଡି ଶଙ୍ଖ ଚିହ୍ନ ଲଗାଇ ରିଲିଫ୍ ବଟଂନ ପ୍ରସଙ୍ଗ: ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ପାଟକୁରା ବିଧାନସଭାରେ ବାତ୍ୟା ‘ଫନି’ ପ୍ରପୀଡିତ ହୋଇଥିବା
ବିପନ୍ନମାନଙ୍କୁ ରିଲିଫ୍ ସହାୟତା ପ୍ରଦାନ କରାଯିବା ବେଳେ ବିଜେଡିର ନେତା ଓ କର୍ମକର୍ତାମାନେ କେନ୍ଦ୍ରାପଡାର
ଜିଲ୍ଲାପାଳ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀଙ୍କ ସହଯୋଗରେ ସରକାରୀ ରିଲିଫ୍ ବଟାଂଯାଉଥିବା ସାମଗ୍ରୀ, ବ୍ୟାଗ ଏବଂ
ପାକ୍କିଙ୍ଗ ବକ୍ସରେ ବିଜେଡି ଦଳର ଚିହ୍ନ ଲଗାଉଛନ୍ତି । ସରକାରଙ୍କର ରିଲିଫକୁ ବିଜେଡି ଦଳର ନାଁରେ ବାଟିଂବା ଖୋଲା
ଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିବା ସହ ସରକାରୀ ଅର୍ଥରେ ନିଜର ପ୍ରଚାର
କରୁଥିବାରୁ ଏକ ଅପରାଧ ମଧ୍ୟ । ଏହାର ପ୍ରତିବାଦରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ
ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ଯେଉଁମାନେ ଶାସକ ଦଳକୁ ଭୋଟ ଦେଇନାହାନ୍ତି, ବିରୋଧୀ ଦଳର କାର୍ଯ୍ୟକର୍ତା ସେମାନଙ୍କୁ ରିଲିଫ୍ ସାମଗ୍ରୀ
ମିଳୁନାହିଁ । ବାତ୍ୟା ପ୍ରଭାବିତ ଅଚଂଳରେ ବିଜେପି କାର୍ଯ୍ୟକର୍ତା ମାନେ ବିଜେପିକୁ ଭୋଟ ଦେଇଥିବାରୁ ସେମାନଙ୍କୁ
ରିଲିଫ ମିଳୁନାହିଁ । କାରଣ ରାଜ୍ୟରେ ସମସ୍ତ ରିଲିଫ ବଂଟନ ପ୍ରକିୟା ଏବେ ଶାସକ ବିଜେଡିର ନେତାମାନଙ୍କ
ନିୟନ୍ତ୍ରଣରେ କରାଯାଉଛି ।

ବିଜେପି କାର୍ଯ୍ୟକର୍ତାମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ତରଫରୁ ଏହି ପରିସ୍ଥିତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ସରକାରୀ ରିଲିଫ୍କୁ ବିଜେଡି ଦଳର ନେତାମାନେ ନିଜର ଦଳୀୟ ଚିହ୍ନ ଲଗାଇ ବାଟୁଂଛନ୍ତି । ରିଲିଫ୍ ବଟଂନ ପକ୍ରିୟାରେ ନିରପକ୍ଷତା ଏବଂ ସମାନତା ଗ୍ରହଣ
କରିବା ସହ ପାଟକୁରା ବିଧାନସଭା ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଏହି ପ୍ର୍ତିନଧି ଦଳ ଦାବି
କରିଛନ୍ତି । ବର୍ତମାନ କେନ୍ଦ୍ରାପଡାରେ ଜିଲ୍ଲାପାଳ ଓ ଜିଲ୍ଲାର ନିର୍ବାଚନ ଅଧିକାରୀ ଦାୟୀତ୍ୱରେ ଥିବା ପ୍ରେମଚାନ୍ଦ ଚୌଧୁରୀ
ଆଗାମୀ ଦିନରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ବିଜେଡି ଦଳ ପାଇଁ କାମ କରିବେ । ପୁର୍ବରୁ ସିଏ ବିଜୁ ଯୁବ
ବାହିନୀର ସିଇଓ ଭାବେ ଦାୟୀତ୍ୱରେ ଥାଇ ବିଜେଡି ଦଳ ପାଇଁ ଭୋଟ ମାଗିବା, ଗୁଣ୍ଡାଗର୍ଦ୍ଦି କରିବା ଏବଂ ବେଆଇନ
ଭାବେ ମୋବାଇଲ୍ ବଂଟନ କାର୍ଯ୍ୟ କରିଥିବାର ଅଭିଯୋଗ ତାଙ୍କ ନାଁରେ ଅଛି । ଶ୍ରୀ ଚୌଧୁରୀ ଏଠାରେ ବେଆଇନ
ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଶାସକ ବିଜେଡି ସୁହାଇଲା ଭଳି କାର୍ଯ୍ୟ କରୁଥିଲେ । ପୂର୍ବରୁ ଶ୍ରୀ
ଚୌଧୁରୀ ସିଧାସଳଖ ସେଠାରୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଦାବି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରାଯାଇଥିଲେ ମଧ୍ୟ ଏଥିରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ ବୋଲି ବିଜେପିର ଏହି ପ୍ରତିନିଧୀ ଦଳ
ଦାବି କରିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ କଟକ ବିଜେପିର ଲୋକ ସଭା ପ୍ରାର୍ଥୀ
ପ୍ରକାଶ ମିଶ୍ର, ଭଟିଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା
ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ
ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love