କରୋନା କାଳରେ ସାହାଯ୍ୟ ପାଇଁ ଆଗକୁ ଆସିଲା Paytm, ମେ’ ପ୍ରଥମ ସପ୍ତାହରେ ଦେବ ୨୧୦୦୦ ଅକ୍ସିଜେନ୍‌ କନସେନଟ୍ରେଟର

କରୋନା ସଙ୍କଟ କାଳରେ ବହୁ ବ୍ୟକ୍ତି ଏବଂ ସଂସ୍ଥା ନିଜର ଦାୟିତ୍ବବୋଧକୁ ବୁଝିପାରି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଠିକ୍‌ ସେହିଭଳି ଡିଜିଟାଲ ନେଣ ଦେଣ କମ୍ପାନୀ ପେଟିଏମ୍‌ ସାହାଯ୍ୟର ହାତ ବଢ଼ାଇଛି। ଦେଶରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଥିବା ବେଳେ ଏବେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର କେନ୍ଦ୍ର ସରକାର ଲକ୍ଷେ ପୋର୍ଟେବଲ୍‌ ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ ପାଇଁ କହିଥିବା ବେଳେ ଏବେ ପେଟିଏମ୍‌ ଦେଶ ପାଇଁ ୨୧୦୦୦ ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ କରିବାରୁ ଅର୍ଡର ଦେଇଥିବା କହିଛି।

ମେ ପ୍ରଥମ ସପ୍ତାହରେ କମ୍ପାନୀ ଏହି କନସେନଟ୍ରେଟର ଦେଶକୁ ଦେବାର ଯୋଜନା ରଖିଛି। କମ୍ପାନୀ ମୋଟ ୧୦ କୋଟି ଟଙ୍କା ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ କରିବ ବୋଲି ଜଣାପଡ଼ିଛି। ଅକ୍ସିଜେନ କନସେନଟ୍ରେଟର ବାୟୁରୁ ବିଶୁଦ୍ଧ ଅମ୍ଳଯାନ ପୃଥକ କରିବାରେ ସାହାଯ୍ୟ କରେ। କମ୍ପାନୀର ମୁଖପାତ୍ର କହିଛନ୍ତି ଏହି ସବୁ କନସେନଟ୍ରେଟର  ସରକାରୀ ହସ୍ପିଟାଲ୍‌, କୋଭିଡ୍‌ କେୟାର ସେଣ୍ଟର୍ସ, ଘରୋଇ ହସ୍ପିଟାଲ, ନର୍ସିଂ ହୋମ୍‌ ଏବଂ ରେସିଡେଣ୍ଟ ଓ୍ବାଲଫେୟାର ଆସୋସିଏସନ୍‌କୁ ପଠାଯିବ।

ପେଟିଏମ ଫାଉଣ୍ଡେସନ୍‌ ଅନ୍ତର୍ଜାତୀୟ ବଜାରରୁ କନସେନଟ୍ରେଟର କିଣିବାରେ ଅନ୍ୟ ସଂଗଠନକୁ ସାହାଯ୍ୟ ମଧ୍ୟ କରୁଛି। କମ୍ପାନୀର ଏମିତି ସହାୟତା ପାଇଁ କନସେନଟ୍ରେଟର ପହଞ୍ଚିବାରେ ସହଜ ହେବା ସହ କୋଭିଡ କେୟାର ସେଣ୍ଟରରେ ଜଲଦି ପହଞ୍ଚିପାରୁଛି। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ କରିବାକୁ ଅର୍ଡର ଦେଇଥିବା ବେଳେ ଏହା ଦେଶର କରୋନା ଆକ୍ରାନ୍ତଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିପାରିବ ବୋଲି କମ୍ପାନୀର ପ୍ରବକ୍ତା କହିଛନ୍ତି।

Spread the love