ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୂଆ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି । ତିନି ପରେ ପୀଡ଼ିତାଙ୍କ ମା’ଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି । ଫଳରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଧୋପଡ଼ା ଗ୍ରାମର ବାବୁଲି ବଦ୍ରା ବୋଲି ଜଣାପଡ଼ିଛି ।  ମିଳିଥିବା ସୂଚନା ମୁତାବକ, ଗତ ୩୧ ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘର ବାହାରେ ଶୋଇଥିଲେ । ଏହି ସମୟରେ ତାଙ୍କ ମା’ ପାଣି ଆଣିବାକୁ ବାହାରକୁ ଯାଇଥିଲେ । ମୌକା ଦେଖି ବାବୁଲି ଯୁବତୀଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ମା’ ବହୁତ ଖୋଜାଖୋଜି ପରେ ଝିଅକୁ ଉଦ୍ଧାର କରିଥିଲେ । ଏ ନେଇ ସେ ଶରତ ଥାନାକୁ ଯାଇଥିଲେ । କିନ୍ତୁ ପୋଲିସ ମାମଲାକୁ ଗୁରୁତର ସହ ନ ନେଇ ଫେରାଇ ଦେଇଥିଲା । ଏହା ପରେ ପୀଡ଼ିତାଙ୍କ ମା’ ପୁଣି ଥରେ ଥାନାକୁ ଯାଇଥିଲେ । ତେବେ ଗତକାଲି ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତ ଯୁବକ ବାବୁଲିକୁ ଆଜି ଗିରଫ କରାଯାଇଛି । ଏହା ସହିତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଦିଆଯାଇଥିବାବେଳେ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । 

Spread the love