ଖାକିରେ କଳଙ୍କ: ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ। ସୂଚନା ଅନୁଯାୟୀ କଟକ ତୁଳସୀପୁରର ଜଣେ ମହିଳାଙ୍କୁ ରିଜର୍ଭ ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନେଷ୍ଟବଳ ବାରମ୍ବାର ଦୁଷ୍କର୍ମ କରିବା ନେଇ କଟକ ମହିଳା ଥାନାରେ ଅଭିଯୋଗ ହୋଇଥିଲା।  ମହିଳାଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ମହିଳାଙ୍କର କନେଷ୍ଟବଳଙ୍କ ସହିତ ଦେଖା ହୋଇଥିଲା। ଏହା ପରେ କନେଷ୍ଟବଳ ପିଡିତା ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ।  ସୁବିଧା ସୁଯୋଗ ଦେଖି କନେଷ୍ଟବଳ ଜଣକ ମହିଳାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ।  ମହିଳା ଜଣକ ଵିରୋଧ କରିବାରୁ କନେଷ୍ଟବଳ ମହିଳାଙ୍କୁ ଧମକ ଚମକ ଦେଇଥିଲେ। ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ମହିଳା ଜଣକ କଟକ ମହିଳା ଥାନରେ ଅଭିଯୋଗ କରିଛନ୍ତି।  ପୋଲିସ ଘଟଣାର ତଦନ୍ତ କରି କନେଷ୍ଟବଳଙ୍କୁ ଗିରଫ କରିଛି। ଏହା ସହ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

Spread the love