୧ରୁ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ,ନହେଲେ ଗଣିବେ ଟଙ୍କା

ଅକ୍ଟୋବର ଏକ ତାରିଖରୁ ଦୁଇ ଚକିଆ ଓ ତିନି ଚକିଆ ଯାନ ସହ ସମସ୍ତ ଯାନ ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ ବୋଲି ପରିବହନ ବିଭାଗ ଏ ନେଇ ଏକ ଟ୍ୱିଟ କରିଛନ୍ତି । ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉବଲବ୍ଧ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ।

ଦୁଇ ଚକିଆ ଓ ତିନି ଚକିଆ ପାଇଁ ପଲ୍ୟୁସନ ସାର୍ଟିଫିକେଟର ମୂଲ୍ୟ ୬୦ ଟଙ୍କା ହୋଇଥିବା ବେଳେ ହାଲୁକା ମୋଟରଯାନ ପାଇଁ ୧୦୦ ଟଙ୍କା , ମଧ୍ୟମ ଓ ଭାରୀ ଯାନ ପାଇଁ ୧୫୦ ଟଙ୍କା ସହ ଜିଏସ୍ଟି ନିଆଯିବ ବୋଲି ଏଥିରେ ଉଲ୍ଲେଖ ଅଛି ।

Spread the love