ସୁମିତ-ତପସ୍ବିନୀ ମଧ୍ୟରେ ବୁଝାମଣା ସକରାତ୍ମକ

କଟକ: ବ୍ରହ୍ମପୁରର  ବହୁ ଚର୍ଚ୍ଚିତ ଡାକ୍ତର ସୁମିତ୍ ଓ ତପସ୍ବିନୀଙ୍କ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ବିଚାରଧୀନ ରହିଥିଲା। ଏହି ମାମଲାର ଶୁଣାଣୀ କରି ଏପ୍ରିଲ ୯ ତାରିଖରେ ଉଭୟ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଆଜି ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ସୁମିତ ଓ ତପସ୍ୱିନୀ।

ପ୍ରଥମ ଥର ଲାଗି କାଉସିଲିଂ ଟେବୁଲ ରେ ଏକାଠି ହୋଇଥିଲେ ସୁମିତ୍ ଓ ତପସ୍ୱିନୀ। କଟକ ଆଇନ ସେବା ଭବନରେ ଥିବା ମଧସ୍ଥତା କେନ୍ଦ୍ରରେ ଉଭୟଙ୍କୁ ପ୍ରାୟ ୩ ଘଣ୍ଟା ଧରି କାଉସିଲିଂ କରାଯାଇଥିଲା। ପ୍ରଥମେ ଉଭୟଙ୍କୁ ଏକାଠି ବସାଇ ଓ ପରେ ପୃଥକ ପୃଥକ ଭାବେ କାଉସିଲିଂ କରିଥିଲେ ଅଧିକାରୀ। କାଉସିଲିଂ ସମୟରେ କେଉଁ କାରଣ ଯୋଗୁଁ ବିବାଦ ଉପୁଜିଥିଲା ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଅଧିକାରୀ ।  ତେବେ ଏହି କାଉସିଲିଂ ଫଳପ୍ରଦ ହୋଇଛି । ଏହା ଉଭୟଙ୍କୁ ପୁଣି ଥରେ ଏକାଠି କରିବା ଦିଗରେ ସହଯୋଗ କରିବ ବୋଲି ତପସ୍ୱିନୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସକାରତ୍ମକ ଆଲୋଚନା ହୋଇଥିବା ତପସ୍ୱିନୀଙ୍କ ଓକିଲ କହିଛନ୍ତି।  ଆସନ୍ତା ୧୧ ତାରିଖରେ ପୁଣି ଥରେ ଏହି ମାମଲାର ଶୁଣାଣୀ ହେବ।ସୂଚନାଯୋଗ୍ୟ ଯେ ସୁମିତ୍-ତପସ୍ୱିନୀ ବିବାଦ ଘଟଣାରେ ପୂର୍ବରୁ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ। ଏଥିରେ ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବେ ।  ଏହା ସହ ତପସ୍ବିନୀଙ୍କୁ ପ୍ରତି ମାସ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ସୁମିତ୍ ଦେବାକୁ ନିର୍ଦେଶ ଦେଇଥିଲେ। ତେବେ ଜିଲ୍ଲା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ସୁମିତ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ପ୍ରତି ମାସରେ ୧୦ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ।

Spread the love