ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା, ଏସପ୍ଲାନେଡ ସାମ୍ନାରେ ସାମ୍ବାଦିକଙ୍କ ବିକ୍ଷୋଭ

ଏସପ୍ଲାନେଡରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡମରା ଘଟଣା ଏବେ ଜୋର ଧରିଛି। ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ମଲ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଆକ୍ରମଣ କରିଥିବା ମଲ୍ କର୍ମଚାରୀଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକମାନେ ଏସପ୍ଲାନେଡ ସାମ୍ନାରେ ବିକ୍ଷୋଭ କରିଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଖବର ପ୍ରସାରଣ ସମୟରେ ମହିଳା ସାମ୍ୱାଦିକାଙ୍କୁ ଗତକାଲି ମାଡ଼ ମାରିଛନ୍ତି ଏସପ୍ଲାନେଡ ମଲ କର୍ମଚାରୀ । ଜଣେ କି ଦୁଇ ଜଣ ନୁହେଁ ସଂଘବଦ୍ଧ ଭାବେ ମଲର କର୍ମଚାରୀମାନେ ଅର୍ଗସ ଚ୍ୟାନେଲର ମହିଳା ସାମ୍ୱାଦିକା ସ୍ୱାତୀ ଜେନା ଏବଂ ତାଙ୍କ ଟିମକୁ ଆକ୍ରମଣ କରିଥିଲେ । ଏପରିକି ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରି, କ୍ୟାମେରା ଛଡାଇ ଏକ କୋଠରୀରେ ବନ୍ଦ କରିଥିଲେ। 

Spread the love