ସଫଳ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ, ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମକୁ ଅଭିନନ୍ଦନ ଜଣାଇଲେ ରାଜନାଥ ସିଂହ

ସଫଳ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଆଜି ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତିଙ୍କର ସର୍ଜରୀ କରାଯାଇଥିବା ବେଳେ ଏହା ସଫଳ ହୋଇଛି। ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି ସୂଚନା ଦେଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦିଲ୍ଲୀ ଏମ୍ସରେ ସଫଳ ବାଇପାସ୍ ସର୍ଜରୀ ହୋଇଛି। ସଫଳ ସର୍ଜରୀ ପାଇଁ ମୁଁ ଡାକ୍ତରୀ ଟିମକୁ ଅଭିନନ୍ଦନ ଜଣାଉଛି। ରାଷ୍ଟ୍ରପତିଜୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ମୁଁ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲି। ତାଙ୍କର ସୁସ୍ଥତା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

Spread the love