ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ, ୨୩/୦୭: ଶ୍ରୀକ୍ଷେତ୍ର ପୁରୀରେ ଶେଷ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ । ଲିଳାଖେଳା ସାରି ନୀଳକନ୍ଦରକୁ ବିଜେ ହେଇଛନ୍ତି ଶ୍ରୀଜିଉ । ସରିଯାଇଛି ଗୋଟି ପହଣ୍ଡି । ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ପ୍ରଥମେ ରତ୍ନ ସିଂହାସନକୁ ନେଇଥିଲେ ସେବାୟତ । ଏହା ପରେ ଦେବୀ ସୁଭଦ୍ରାଙ୍କ ନିଳାଦ୍ରିବିଜେ ନୀତି ଶେଷ ହୋଇଥିଲା । ଶେଷରେ ଥିଲା କାଳିଆ ସାଆନ୍ତଙ୍କ ପାଳି ।

ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଥିଲେ ଅଭିମାନିନୀ ମାଆ ମହାଲକ୍ଷ୍ମୀ । ମହାପ୍ରଭୁଙ୍କ ପହଣ୍ଡି ସମୟରେ କବାଟ କିଳି ବାଟ ଓଗାଳିବେ ବୋଲି ଲକ୍ଷ୍ମୀ ସାଆନ୍ତାଣି ଅପେକ୍ଷା କରି ରହିଥିଲେ । ମହାପ୍ରଭୁ ଆସିବା କ୍ଷଣି ଚାଲିଥିଲା କଥା କଟାକଟି । ଶେଷରେ ମହାପ୍ରଭୁ ଜଗନ୍ନାଥ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ । ଆଉ ସିଂହଦ୍ବାର କବାଟ ଖୋଲିବା ପରେ ନୀଳକନ୍ଦରକୁ ବାହୁଡ଼ିଥିଲେ ମହାପ୍ରଭୁ ।

Spread the love