ରୁଚି ମହିଳା କବାଡ଼ି ଚାମ୍ପିଆନସିପ ଚାମ୍ପିଆନସିପ -୨୦୨୧

ଭୁବନେଶ୍ୱର ବୁଧବାର ଭୁବନେଶ୍ବରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ଠାରେ ଓଡ଼ିଶାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ଜନନୀ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୪ ତାରିଖଦିନ ନୟାପଲ୍ଲୀସ୍ଥିତ କଳିଙ୍ଗ ସୋଙ୍ଗ୍ କାଉନସିଲ ପଡ଼ିଆଠାରେ “ରୁଚି ମହିଳା କବାଡ଼ି ଚାମ୍ପିଆନସିପ୍ – ୨୦୨୧* ଆୟୋଜିତ ହେବ ବୋଲି ଏହି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଜନନୀ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମନୋରମା ଦାଶ । ବମାନ ସମୟରେ କବାଡ଼ି ପ୍ରତି ବଢୁଥିବା ରୁଚିକୁ ଆଖୁ ଆଗରେ ରଖି ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ପ୍ରକାଶ କରିଛନ୍ତି ଅନୁଷ୍ଠାନର
ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଦାଶ । ଭାରତୀୟ ମହିଳା ଓ ପୁରୁଷ ବିଭାଗର କବାଡ଼ି ଖେଳାଳୀମାନଙ୍କର
ଚମତ୍କାର ପ୍ରଦର୍ଶନରେ ଭାରତ ବମାନ କବାଡ଼ିରେ ଶୀର୍ଷ ସ୍ଥାନରେ ଥିବା ବେଳେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ମଧ୍ୟ ବେଶ୍ ଆଗରେ । ବିଶେଷ କରି ବିଗତ ୫ବର୍ଷ ମଧ୍ୟରେ ଓଡ଼ିଶା ମହିଳା କବାଡ଼ି ଦଳର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ମହିଳା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଚଳିତବର୍ଷ ଜନନୀ ଫାଉଣ୍ଡେସନର ଏ ପ୍ରୟାସ ଏକ ନିଆରା ପ୍ରୟାସ । ଏହି ପ୍ରତିଯୋଗିତା ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ମସଲା ସହଯୋଗରେ ଅନୁଷ୍ଠିତ ହେଉଥିବା ବେଳେ ସିନିୟର ବିଭାଗର ୪ଟି ମହିଳା ଦଳ ଯଥା ବାରଙ୍ଗର ରେବୋ ଟିମ୍, ପଟିଆର କଳିଙ୍ଗ କବାଡ଼ି ଏକାଡ଼େମୀ, ଭୁବନେଶ୍ୱରର ଜୟ ଓଡ଼ିଶା ଟିମ୍, ଭୁବନେଶରର କଳିଙ୍ଗ ୟୁଥ କ୍ଲବ ପ୍ରତିଯୋଗିତାରେ ଭାଗନେବେ ।ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୪୦ଜଣ ମହିଳାମାନଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯିବ ବୋଲି ପ୍ରକାଶ କରିଛନ୍ତି ଜନନୀ ଫାଉଣ୍ଡେସନର ନିର୍ଦ୍ଦେଶିକା ଶ୍ରୀମତୀ ମୋନାଲିସା ରଥ । ଏହି କବାଡ଼ିପ୍ରତିଯୋଗିତାରେ ଓଡ଼ିଶା କବାଡ଼ି ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବା ବୋଲି ଘୋଷଣା କରାଯାଇଛି ।

Spread the love