ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର ୨।୬: ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା । ଉପକୂଳର୍ବୀ ଅଞ୍ଚଳରେ ୧୨ ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ । ଅଣ୍ଡର ଗ୍ରାଉଣ୍ଡ କେବଲିଙ୍ଗ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ । ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ବାଲେଶ୍ଵରର ଦାୟିତ୍ବ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ବାତ୍ୟା ପରେ ଆମ ବିଭାଗର ଅସଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫ ଫୁଟ ପାଣି ଭିତରେ ପଶି ଆମ କର୍ମଚାରୀମାନେ  ଲୋକଙ୍କୁ ବିଜୁଳି ଦେବା ପାଇଁ କାର୍ଯ୍ୟ କରିଛନ୍ତି । କୋଭିଡ୍ କାରଣରୁ ଆମେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ସହଯୋଗ ନେଇନଥିଲୁ । ଆମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ବିଦ୍ୟୁତ ଯୋଗାଇବାରେ ଆମେ ସକ୍ଷମ ହୋଇଛୁ । ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ଓ ଠିକ୍ ଜାଗାରେ କର୍ମଚାରୀ ଏବଂ ଉପକରଣ ମହଜୁଦ ରଖିଥଲୁ । ପୁନରୁଦ୍ଧାର କାର୍ଯ୍ୟରେ ବାତ୍ୟା ଅଞ୍ଚଳବାସୀ ପୂର୍ଣ୍ଣ ସହାୟତା ଓ ସହଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

Spread the love