ଓଡ଼ିଆ ଚଳଚ୍ଚିତ୍ର ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଆହତ

କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ କାର ଦୃଘଟଣା ଦୁଇ ଜଣ ଆହତ ହୋଇ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଏକ କାର ଯୋଗେ ନିଜ ଗ୍ରାମ କରଞିଆ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ସଲିଳ ଓ ତାଙ୍କ ଡ଼୍ରାଇଭର ଆହତ ହୋଇଛନ୍ତି।

ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଦୁର୍ଘଟଣା ରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ସଲିଲଙ୍କ ଡାହାଣ ହାତ ଓ ଗୋଡ ଭାଙ୍ଗିଥିବା ବେଳେ ସଲିଲଙ୍କ ମୁଣ୍ଡରେ ଏକାଧିକ କ୍ଷତ ହୋଇଛି । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଘଟଗାଁ ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

Spread the love