‘ସମାଜ’ କାର୍ଯ୍ୟାଳୟରେ ଓଲିଉଡ ଅଭିନେତା

କଟକ: ଦୈନିକ ଖବରକାଗଜ ‘ସମାଜ’ କାର୍ଯ୍ୟାଳୟରେ ବିଜେଡିର ସାଧାରଣ ସମ୍ପାଦକ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟ । ଅରିନ୍ଦମ ‘ସମାଜ’ କାର୍ଯ୍ୟାଳୟ ବୁଲି ଦେଖିବା ସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଏହି ଅବସରରେ ଅରିନ୍ଦମ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ । ତାହା ସହ ଓଡ଼ିଶା ପ୍ରତି ଉତ୍କଳମଣି ଗୋପବନ୍ଧୁଙ୍କ ଥିବା ଅବଦାନକୁ ମନେପକାଇଥିଲେ ଅରିନ୍ଦମ । ଗରିବ ଓ ଭୋକିଲା ପେଟର ଦରଦକୁ ବୁଝୁଥିଲେ ଗୋପବନ୍ଧୁ । ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ବହୁତ କିଛି କରିଛନ୍ତି । ମାଟି ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ରାଜକୁମାର ଓ ଲୋକସେବକ ମଣ୍ଡଳର ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ତାହା ସହ ‘ସମାଜ’ର ବହୁ କାର୍ଯ୍ୟକର୍ତ୍ତା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love