ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ଘଟଣା : ୧୯ରେ ବାତିଲ ହୋଇଥିବା ପରୀକ୍ଷା

ସମ୍ବଲପୁର ୧୫।୭: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା  ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏନେଇ ନୋଟିସ୍ ଜାରି କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ନୋଟିସ୍ ମାଧ୍ୟମରେ ୨୦୫ଟି କଲେଜର ପ୍ରିନ୍ସିପାଲମାନଙ୍କୁ ଅବଗତ କରାଯାଇଛି । ୧୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଦିନ ୧୦ଟାରୁ ୧ଟା ସମୟ ନିର୍ଘଣ୍ଟ କରାଯାଇଛି । ଗୁରୁବାର ଏଜୁକେସନ୍ କୋର୍-୧୪ ପେପରର ପରୀକ୍ଷା ଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ନ୍ୟୁଜ୍ ସେଭେନ୍‌ରେ ଖବର ପ୍ରସାରଣ ହେବା ସହ ପରୀକ୍ଷା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା ନ୍ୟୁଜ୍ ସେଭେନ୍ । ଫଳରେ ଏହାକୁ ବାତିଲ କରାଯାଇଥିଲା । ଏଥରକ ପ୍ରଶ୍ନପତ୍ର ଲିକ୍ ଭୟରେ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଇମେଲ୍ ଜରିଆରେ ପଠାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Spread the love