ଶୌଚାଳୟ କେଉଁ ସ୍ଥାନରେ ରହିବା ଉଚିତ…

ବାସ୍ତୁ :ଶୌଚାଳୟ ଏକା ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଅଟେ l ଶୌଚାଳୟ ଅତ୍ୟନ୍ତ ଆବଶ୍ୟକ ହଉଥିଲେ ମଧ୍ୟ ଶୌଚାଳୟ ଏପରି ସ୍ଥାନ ରେ କରିବା ଆବଶ୍ୟକ ଯେପରିକି ଶୌଚାଳୟ ରୁ ନିର୍ଗତ ହେଉଥିବା ଅଶୁଭ ଶକ୍ତି ର ପ୍ରଭାବ ଗୃହରେ ରହୁଥିବା ସଦସ୍ୟ ଙ୍କ ଉପରେ ପଡିବ ନହିଁ l ଶୌଚାଳୟ ସର୍ବଦା ପରିଷ୍କାର ରଖିବା ଆବଶ୍ୟକ |ନଚେତ ଗୃହର ସଦସ୍ୟ ମାନେ ରୋଗାକାନ୍ତ ହେବାର ସମ୍ଭାବନା ଥାଏ

ଶୌଚାଳୟ ବାସ୍ତୁ ମଧ୍ୟରେ ଆଗ୍ନେୟ କଣ ଐଶ୍ୱନ୍ୟ କୋଣ କିମ୍ବା ନେଋତ କୋଣରେ କରିବା ଉଚିତ ନୁହଁ ପଶ୍ଚିମ ବ୍ୟୟବ ଦିଗରେ ମଧ୍ୟ ଶୌଚାଳୟ କରାଯାଇପାରେ |ଶୌଚାଳୟ ରେ ସେପ୍ଟିକ ଟଙ୍କ ଯେତେଦୂର ସମ୍ଭବ ପଶ୍ଚିମ ବ୍ୟୟବ ଦିଗରେ କରିବାକୁ ଚେଷ୍ଟା କରିବେ |ମାତ୍ର ଦକ୍ଷିଣ ଦିଗରେ କରିବେ ନହିଁ

ଶୌଚାଳୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖକରି ଶୌଚକରିବା ଆବଶ୍ୟକ |ତେବେ ପୂର୍ବଦିଗକୁ ମୁଖକରି ଶୌଚ କରିବା ଧର୍ମଶାସ୍ତ୍ର ରେ ମନା ହୋଇଛି |ତେଣୁ ଉତ୍ତରମୁଖ ହୋଇ ଶୌଚ କରିବା ଉଚିତ |ଭୂମିର ଅନ୍ତତଃପକ୍ଷେ ଫୁଟେ ଦେଢ଼ଫୁଟ ଉପରେ ପ୍ୟାନ ବସାଇବା ଉଚିତ |କମୋଡ ବ୍ୟବହାର କଲେ ଏ ବ୍ୟବସ୍ଥା ପ୍ରୟୋଜନ ନହିଁ ଶୌଚାଳୟର ଦ୍ଵାର ପୂର୍ବ କିମ୍ବା ଉତ୍ତର କୁ କରିବା ଅତ୍ୟନ୍ତ ଶୁଭପ୍ରଦ

ଶୌଚାଳୟର ଉତ୍ତର ପୂର୍ବ କିମ୍ବା ପଶ୍ଚିମ ଦିଗରେ ଏକ ଝରକା କିମ୍ବା ସ୍କାଇଲାଇଟ ରଖିବା ଆବଶ୍ୟକ

Spread the love