ରାଜଧାନୀରେ ସେକ୍ସ ରାକେଟ ଠାବ: ଦୁଇ ଦଲାଲଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣାରେ ଆଜି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଉଭୟଙ୍କୁ ଅପରାହ୍ନ ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଗକୁ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଗତକାଲି ରାଜଧାନୀର ସତ୍ୟନଗର ଅଞ୍ଚଳରୁ ପୁଲିସ ଏକ ସେକ୍ସ ରାକେଟ ଠାବ କରିଥିଲା ।ଏହି ଘଟଣାରେ ପୁଲିସ ୪ ଯୁବତୀଙ୍କ ସହ ୨ ଯୁବକଙ୍କୁ ଅଟକ ରଖିଥିଲା। ମିଳିଥିବା ସୂଚନା ମୁତାବକ ସତ୍ୟନଗର ପ୍ଲଟ ନମ୍ବର ୧୬ରେ ସେକ୍ସ ରାକେଟ ଚାଲିଥିଲା। ଘର ବାହାରେ ଏକ ସ୍ପା ସଂସ୍ଥାର ବୋର୍ଡ ଲଗାଇ ଏଭଳି କାମ ଚାଲିଥିଲା। ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍ ସ୍ପା’ ବା ‘ଶିବାନୀ ୱେଲ୍ନେସ୍ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ଯେଉଁସବୁ ତଥ୍ୟ ହାତେଇଛି, ଶୁଣିବା ଲୋକଙ୍କ ଆଖି ଟେରା ହେଇ ଯାଉଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲ୍ୟାଣ୍ଡରୁ ଯୁବତୀମାନଙ୍କୁ ଆଣି ଏଠାରେ ମସାଜ୍ ବାହାନାରେ ଦେହ ବ୍ୟବସାୟରେ ଲଗା ଯାଇଥିଲା। ଅନେକ ବର୍ଷ ହେଲା ଏସବୁ ଚାଲିଥିଲା। ଯାଞ୍ଚ, ଜେରା ଓ ତଦନ୍ତରୁ ପୁଲିସ ଏ ବିଳାସ ଭବନର ରୀତିନୀତି ବିଷୟରେ ବେଶ୍ କିଛି ଜାଣିବାକୁ ପାଇଛି। ସେଥିରୁ ଜଣା ପଡ଼ିଛି ଯେ ବିଧିବଦ୍ଧ ଭାବେ କୌଣସି ବଡ଼ ବ୍ୟାବସାୟ ସଂସ୍ଥା ଭଳି ଏଠାରେ କାମ ଚାଲିଥିଲା।
ସ୍ପା’ରେ ଚଢ଼ଉ ବେଳେ ପୁଲିସ ଏକ ରେଜିଷ୍ଟର୍ ଜବତ କରିଛି। ରେଜିଷ୍ଟର୍ରେ ଶତାଧିକ ଗ୍ରାହକଙ୍କ ନାଁ ଓ ମୋବାଇଲ୍ ନମ୍ବର ଲେଖାଯାଇଛି। ସେମାନେ କେଉଁ ତାରିଖରେ କେତେବେଳେ ଆସିଛନ୍ତି, ସେ ଗ୍ରାହକ ନୂଆ କି ପୁରୁଣା କିମ୍ବା ପଞ୍ଜୀକୃତ ତାହା ଲେଖାଯାଇଛି। ସେମାନଙ୍କଠାରୁ ଦାବି କରା ଯାଉଥିବା ଟଙ୍କାର ପରିମାଣ ମଧ୍ୟ ରେଜିଷ୍ଟର୍ରୁ ଜଣାପଡ଼ିଛି। ସେହି ତାଲିକାରେ ଥିବା ଗ୍ରାହକଙ୍କ ମଧ୍ୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଥିବା ପୁଲିସ ସନ୍ଦେହ କରୁଛି। ସେ ନମ୍ବର ଓ ନାଁଗୁଡ଼ିକୁ ଯାଞ୍ଚ କରାଯାଉଛି।

Spread the love