ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପଡ଼ୁଛି ମହାଶିବରାତ୍ରି। ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚ ଦିନ ୨.୩୯ରୁ ଆରମ୍ଭ ହୋଇ ୧୨ ମାର୍ଚ୍ଚ ଅପରାହ୍ନ ୩.୦୨ ପର୍ଯ୍ୟନ୍ତ ରହିବ।ଶିବ ଭକ୍ତମାନେ ବର୍ଷ ସାରା ଶିବରାତ୍ରିକୁ ଅପେକ୍ଷା କରିଥାନ୍ତି। ଏ ଅବସରରେ ସେମାନେ ଶିବଙ୍କ ଅଭିଷେକ କରିବା ସହ ତାଙ୍କ ପ୍ରିୟ ଜିନିଷକୁ ଭୋଗ ଲଗାଇଥାନ୍ତି। ସେହିପରି କୁଆଁରୀ କନ୍ୟାମାନେ ଏହି ଦିନ ମନଲାଖି ବର ପାଇବା ପାଇଁ ଭଗବାନ ଶିବଙ୍କର ସ୍ୱତନ୍ତ୍ର ପୂଜା କରିଥାନ୍ତି। ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି କାମ:

ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍‌।

ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗରେ ଜଳ କିମ୍ବା କ୍ଷୀରରେ ଅଭିଷେକ ନିଶ୍ଚୟ କରନ୍ତୁ।

ମହାଶିବରାତ୍ରିରେ ବ୍ରତ ରଖିବା ବେଳେ ସବୁବେଳେ ସତ୍ୟାଚରଣ, ସଂଯମିତ ବ୍ୟବହାର ଓ ମଧୁର ଭାଷା କୁହନ୍ତୁ।

ରାତିରେ ସାମୂହିକ ଭାବେ ଘରେ ଶଙ୍କରଙ୍କ ଗୁଣଗାନ କରନ୍ତୁ।

ରୁଦ୍ରାଭିଷେକ, ମହାରୁଦ୍ରାଭିଷେକ, ମହାମୃତ୍ୟୁଞ୍ଜୟ ମନ୍ତ୍ରର ଭଜନ କୀର୍ତ୍ତନ କରନ୍ତୁ।

ଏହି ଦିନ ରାତ୍ରି ଜାଗରଣ ମଧ୍ୟ କରାଯାଏ।

କିଛି ଶ୍ରଦ୍ଧାଳୁ ଶିବରାତ୍ରି ପରଦିନ ପରାୟଣ ମଧ୍ୟ କରିଥାନ୍ତି।

Spread the love