ସୋଆ କପ୍ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍‌ରେ ୧୪ ରୁ ଅଧିକ କ୍ରୀଡା ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ୨୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଭାଗ ନେବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ୍ (ପୁରୁଷ), କ୍ରିକେଟ (ପୁରୁଷ ଓ ମହିଳା), ଭଲିବଲ୍ (ପୁରୁଷ ଓ ମହିଳା), ବାସ୍କେଟବଲ୍ (ପୁରୁଷ ଓ ମହିଳା), ଟେନିସ୍ (ପୁରୁଷ ଓ ମହିଳା), ଖୋଖୋ (ପୁରୁଷ ଓ ମହିଳା), ଥ୍ରୋ ବଲ୍ (ମହିଳା), ଟେବୁଲ୍ ଟେନିସ୍ (ପୁରୁଷ ଓ ମହିଳା), ସଫ୍ଟ ବଲ୍ (ପୁରୁଷ ଓ ମହିଳା), ଚେସ୍ (ପୁରୁଷ ଓ ମହିଳା), କବାଡି (ପୁରୁଷ ଓ ମହିଳା), ବ୍ୟାଡମିଂଟନ (ପୁରୁଷ ଓ ମହିଳା) ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ମହିଳା ଭଲିବଲ୍‌କୁ ସୋଆ କପ୍‌ରେ ସାମିଲ କରାଯାଇଛି । ସୋଆ କପ୍‌ର ଉଦ୍‌ଘାଟନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ପ୍ରଫେସର କୁଳପତି ନନ୍ଦ ବକ୍ତବ୍ୟରେ କହିଥିଲେ ଯେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ଅଧିକ ପ୍ରେତ୍ସାହନ ଦେଉଛି । ସୋଆ ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଥିବା ନେଇ କୁଳପତି ଖୁସି ବ୍ୟକ୍ତ କରିଥିଲେ । ସେହିପରି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା ବିଶ୍ୱବିଦ୍ୟାଳୟର ସବୁଠାରୁ ଅଧିକ ସମୟ ଧରି ଜାରୀ ରହୁଥିବା କାର୍ଯ୍ୟକ୍ରମ ବୋଲି କହିଥିଲେ । ତେବେ ପ୍ରତିଯୋଗିତାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଭିତରେ ରହି ନିଜ ପାରଦର୍ଶିତା ଦେଖାନ୍ତୁ ବୋଲି ପ୍ରଫେସର ଦାସ କହିଥିଲେ। ସୋଆ କପ୍ ୨୦୨୬ର ମଶାଲକୁ ପ୍ରଜ୍ୱଳନ କରିବା ସହ କୁଳପତି ପ୍ରଫେସର ନନ୍ଦ ସୋଆର ଫ୍ଲାଗ୍‌କୁ ଉନ୍ମୋଚନ କରିଥିଲେ ଓ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଆରମ୍ଭ କରାଯିବାର ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ କପ୍ ୨୦୨୬ର ଆବାହକ ଡକ୍ଟର ଗଣେଶ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ସୁଶ୍ରୀ ଦୀପାଂଶୀ ଜେନା କ୍ରୀଡ଼ାବିତ୍‌ମାନଙ୍କୁ ଶପଥ ପାଠ କରାଇଥିଲେ । ସୋଆ ର ସମସ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଆସନ୍ତା ଡିସେମ୍ବର ୧୮ ତାରିଖରେ ଏହି ପ୍ରତିଯୋଗିତା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *