ମାହାଙ୍ଗା ମର୍ଡର ଘଟଣା: ସୋର ବିଜେପି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଏତଲା ଦାଖଲ

ସୋରୋ: ଆଜି ସୋର ବିଜେପି ଯୁବମୋର୍ଚ୍ଚା ତରଫରୁ ମାହାଙ୍ଗା ବ୍ଲକ ପୂର୍ବତନ ଅଧକ୍ଷ କୂଳମଣୀ ବରାଳ ଏବଂ ଅନ୍ୟ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ମର୍ଡର, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି ଘଟଣାକୁ ନେଇ ସୋର ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ସୋର ଥାନାରେ ବିକ୍ଷୋଭ ସହିତ ଏତଲା ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ରେ ଯୁବ ନେତା ସଂଜୀବ ରାଉଳ, ସୋର ନଗର ଯୁବମୋର୍ଚ୍ଚା ସଭାପତି ଜନ୍ମେଜୟ ପ୍ରଧାନ, ସୋର ବିଜେପି ନେତା ରାକେଶ ମଲିକ, ସୋର ପ୍ରଭାରୀ ଶୋଭନା ମହାନ୍ତି, ମନୀଷା ଚିନ୍ମୟୀ ବେହେରା, ଶୁଷମା ବିଶ୍ବାଳ, ସନ୍ତୋଷ କୁମାର ସାହୁ, ଅଶୋକ ଦାସ, ଶିବ ପ୍ରସାଦ ଶଙ୍ଖୁଆ, ମାନସ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।

Spread the love