ପ୍ରକଳ୍ପ ଶୀଘ୍ର ସାରିବାକୁ ଦିଆଯାଉ ନିଦ୍ଦେଶ: ଶ୍ରୀମନ୍ଦିର ସେବାୟତ

କଟକ: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ, ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି ।କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।  ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଏସଆଇକୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଏଥିରେ କିଛି ରାଜନୈତିକ ବ୍ୟକ୍ତି ସହଯୋଗ କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ । ତେଣୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେବାୟତ ପ୍ରାର୍ଥନା କରିଛନ୍ତି ।ଶ୍ରୀମନ୍ଦିରର ସେବାୟତ ରଘୁନାଥ ଗୋଚ୍ଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ବଟକୃଷ୍ଣ ମୁଦ୍ରା ପ୍ରମୁଖ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ସେବାୟତମାନେ ବିକାଶ ପାଇଁ ଭିଟାମାଟି ଛାଡ଼ିଛନ୍ତି ।

Spread the love