ହିତାଧିକାରୀଙ୍କ ଜମା ଖାତାକୁ ଯିବ ଭତ୍ତା

କଟକ : ସହରରେ ୫୯ଟି ୱାର୍ଡରେ ନିର୍ଦ୍ଧାରିତ କେନ୍ଦ୍ରରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ଏହି ବଣ୍ଟନ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବୃଦ୍ଧାବୃଦ୍ଧଙ୍କ ପଥକଷ୍ଟ ଦୂର କରିବା ପାଇଁ ହିତାଧିକାରୀଙ୍କ ଜମାଖାତା ଜରିଆରେ ସିଧାସଳଖ ଭତ୍ତା ଦେବାକୁ ସରକାର ନିୟମ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନରେ ଥିବା ହିତାଧିକାରୀଙ୍କୁ ଆବଶ୍ୟକୀୟ ଦସ୍ତାବିଜ ସିଏମ୍‌ସି ନିକଟରେ ଦାଖଲ କରିବାକୁ କୁହାଯାଇଛି।ଏଥିପାଇଁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ହିତାଧିକାରୀମାନେ ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ ଜେରକ୍ସ ଦାଖଲ କରିବାକୁ କୁହାଯାଇଛି। ଯାହାଦ୍ୱାରା ହିତାଧିକାରୀଙ୍କ ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କଖାତାକୁ ଯିବ ବୋଲି ସିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି ଶତପଥୀ କହିଛନ୍ତି। ସିଏମ୍‌ସିରେ ସର୍ବମୋଟ ୨୪ ହଜାର ୧୦ ଜଣ ହିତାଧିକାରୀ ରହିଛନ୍ତି।

Spread the love