କୋଲକାତା ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା; 19 ଜଣଙ୍କ ମୃତ୍ୟୁ ଆଶଙ୍କା, ଅନେକ ଗୁରୁତର ଆହତ ହେବା ସୂଚନା

ପଶ୍ଚିମବଙ୍ଗର କୋଲକାତାରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଶନିବାର ସନ୍ଧ୍ୟାରେ ଦଳାଚକଟା ଭଳି ଅଘଟଣ ଘଟିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟାକୁ କୋଲକାତା” କୋଲକାତା ପୁଲିସ ଏଯାଏଁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ । ସହରର ଉତ୍ତର ଭାଗରେ ଥିବା ଚୋରବାଗାନ ସର୍ବଜନୀନ ଦୁର୍ଗାପୂଜା ମଣ୍ଡପ ନିକଟରେ ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସେହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେଉଥିଲା ।

ପୁଲିସର ସୂଚନା ଅନୁସାରେ, ମଣ୍ଡପ ବାହାରେ ଦର୍ଶନ ପାଇଁ ବହୁ ଲୋକ ଅପେକ୍ଷା କରିଥିଲେ । ବର୍ଷା ଆରମ୍ଭ ହେବା ପରେ ଭିଡ଼ ଆଗକୁ ମାଡ଼ି ଆସିଥିଲା । ଏହି ସମୟରେ କିଛି ଲୋକ ରାସ୍ତାରେ ପଡ଼ିଯିବାରୁ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।
ଘଟଣା ପରେ ଶ୍ୱାସରୁଦ୍ଧ ଓ ନିଃଶ୍ୱାସ ନେବାରେ ସମସ୍ୟା ଭୋଗୁଥିବା ପ୍ରାୟ ୨୫ ଜଣ ଆହତଙ୍କୁ ବୋବାଜାର ଥାନା ଅଞ୍ଚଳରେ ଥିବା କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଛି । ସୂଚନା ଅନୁଯାୟୀ, କିଛି ଆହତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକଙ୍କ ସ୍ଥିତି ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ଏହି ତଥ୍ୟର ଆନୁଷ୍ଠାନିକ ଖବର ଆସିନାହିଁ । ଘଟଣା ପରେ କିଛି ଦର୍ଶନାର୍ଥୀ ଦଳାଚକଟା ପାଇଁ ପୁଲିସର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ । ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀର କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Spread the love