ଯୋଜନା ନାଁରେ ଓଡିଶାର ମାଆମାନଙ୍କ ଭାବାବେଗ ସହ ଖେଳିଲେ ରାଜ୍ୟ ସରକାର

ଭୁବନେଶ୍ୱର:  ପ୍ରତିଶୃତି ଦେଇ ନିର୍ବାଚନ ଜିତିଥିବା ବିଜେପି ରାଜ୍ୟବାସୀଙ୍କ ଭବାବେଗ ସହ ଖେଳି ଚାଲିଛନ୍ତି। ପୂର୍ବରୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଲୋକେ ଆଶା ବାନ୍ଧିଥିଲେ। ହେଲେ ସେଥିରେ ପୁଣି ବୟସ ଅନୁସାରେ turms and conditions ଭଳି ସର୍ତ ରଖି   ରାଜ୍ୟର ୫୩ ଲକ୍ଷ ବୟସ୍କ ନାଗରିକଙ୍କୁ ସରକାର ଭଣ୍ଡେଇଥିଲେ। ଏବେ ପୁଣି  ସୁଭଦ୍ରା ନାଁରେ ଯୋଜନା କରି ୫୦ ହଜାରକୁ ପାଞ୍ଚ ଭାଗ କରି ଲୋକଙ୍କ ଭାବାବେଗ ସହ ଖେଳି ଛନ୍ତି ବୋଲି ସାଧାରଣଲୋକ କହୁଛନ୍ତି।

ରାଜ୍ୟର ମୋଟ ୨.୩୧ କୋଟି ମହିଳାଙ୍କ ମଧ୍ୟରୁ ୨୧ରୁ ୫୯ ବୟସ ବର୍ଗର ୧.୬୩ କୋଟି ମହିଳା ବିଜେପିର ପ୍ରତାରଣାର ଶିକାର ହୋଇଛନ୍ତି। ଓଡ଼ିଶାର ମା’ମାନେ ଭାବିଥିଲେ ସୁଭଦ୍ରା ଯୋଜନାରେ ପଚାଶ ହଜାର ପାଇଲେ କିଛି କାମରେ ଲଗାଇବେ, ଅବା ବ୍ୟବସାୟ କରିବେ। କିନ୍ତୁ ଓଡିଶାର ଲକ୍ଷ ଲକ୍ଷ ମା’ମାନଙ୍କର ସେହି ଆଶା ଆଜି ଧୂଳିସାତ ହୋଇଯାଇଛି। କାରଣ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ହିସାବରେ ୫ ବର୍ଷରେ ୧୦ଟି କିସ୍ତିରେ ମୋଟ ୫୦ ହଜାର ଟଙ୍କାର ଭାଉଚର ପାଇବେ । ହାରାହାରି ଜଣେ ମହିଳାଙ୍କୁ ସରକାର ଦୈନିକ ୨୭ ଟଙ୍କା ୩୯ପଇସା ସହାୟତା ପ୍ରଦାନ କରିବେ। ଏତିକି ଟଙ୍କାରେ କିଏ? କେମିତି ଓ କେଉଁ ବ୍ୟବସାୟ କରିବ ବା କାମରେ ଲଗାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ବିଭିନ୍ନ ମହଲରେ  କ୍ଷୋଭ ପ୍ରକାଶ ପାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଥିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କ ପାଇଁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?

Spread the love