ଗଛରେ ଝୁଲି ପଡ଼ିଲେ ଆମ୍ବୁଲାନ୍ସ ଡ୍ରାଇଭର

କଟକ : କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ରଶି ଲଗାଇ ଜଣେ ଡ୍ରାଇଭର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାବୁଲି ସେନାପତି(୩୫)। ତାଙ୍କ ଘର ତିଗିରିଆ ଥାନା ବିନ୍ଧାଣିମା ଗାଁରେ। ସେ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଚଲାଉଥିଲେ।ଆଜି ସକାଳେ ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ରଖା ଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ପରେ ରାସ୍ତାପାଖରେ ଥିବା ଏକ ଗଛରେ କାବୁଲି ସେନାପତିଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Spread the love