ସୁନ୍ଦରଗଡରୁ ଦୁଇ ଭଉଣୀ, ଜଣେ କଂଗ୍ରେସ ଜଣେ ବିଜେଡି

ସୁନ୍ଦରଗଡରେ ରାଜନୀତିର ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇଝିଅ ସୁନ୍ଦରଗଡରୁ ପ୍ରାର୍ଥୀ ହୋଇଛନ୍ତି । ବଡଝିଅ ସୁନୀତା ବିଶ୍ୱାଳ ବିଜେଡିରୁ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ସାନ ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।

ସୁନୀତା ବିଶ୍ୱାଳ ସୁନ୍ଦରଗଡ ଆସନରୁ କଂଗ୍ରେସ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ ନମିଳିବାରୁ ସେ ବିଜେଡିରେ ମିଶି ଟିକେଟ ପାଇଛନ୍ତି । ହେମାନନ୍ଦ କହିଛନ୍ତି, ସେ ଅମିତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ସୁନୀତା ବିଶ୍ୱାଳ ବିଜେଡିରେ ମିଶିଲା ବେଳେ ତାଙ୍କୁ ପରାମର୍ଶ କରିନଥିଲେ ବୋଲି ହାଲକା ଭାବେ କହିଛନ୍ତି ହେମାନନ୍ଦ । ତେବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ପ୍ରଚାର ମଧ୍ୟ ସେତିକି ସେତିକି ବଢିବାରେ ଲାଗିଛି । ବର୍ତମାନ ଗୋଟିଏ ପରିବାର ଲୋକ ଭିନ୍ନ ଭିନ୍ନ ଦଳରେ ରହି ନିର୍ବାଚନ ଲଢୁଛନ୍ତିା ତେବେ ଦେଖିବାକୁ ବାକି ରହିଲା କାହାର ବିଜୟ ହେଉଛି ।

Spread the love