ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ କଖାରୁ, ଜାଣନ୍ତୁ କିଏ ରହିବେ ସତର୍କ

ବର୍ତ୍ତମାନ ସମୟରେ ପନିପରିବାକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି । କାରଣ ଏଥିରେ ଅନେକ ଭିଟାଭିନ୍ ରହିଛି, ଯାହା କି ମାଛ କିମ୍ବା ମାଂସରେ ନଥାଏ ।

Read more

ଭିଜିଲାନ୍ସ ଜାଲରେ OAS ବାବୁ, ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି

କଟକ: ଭିଜିଲାନ୍ସ ଜାଲରେ OAS ବାବୁ । କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି । 

Read more

ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ, କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ

ରେଢାଖୋଲ: ଜଳୁଛି ଜଙ୍ଗଲ। ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ଜଙ୍ଗଲ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜୀବଜନ୍ତୁ ମଧ୍ଯ ଅକାରଣେ ମୃତ୍ଯୁବରଣ କରୁଛନ୍ତି । ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର,ଚାରମାଳ,ବଡମାଳରେଞ୍ଜ,ନାକଟିଦେଉଳ, ବଡବାହାଳ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲାଗିଛି ନିଆଁ । ପ୍ରକୋପ ଏତେ ଜୋରରେ ଥିଲା ଯେ ବନବିଭାଗ ଆୟତ୍ତ କରିବାକୁ ନାକେଦମ ହୋଇପଡିଥିଲା । ଖରାଦିନ ଆସିନଥିବାବେଳେ ଏବେଠୁ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି । ଗତକାଲି ସେହିଭଳି, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ

Read more

କଟକ ଘରୋଇ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କଟକ: ଜଲାରପୁର ଗାଁର ଜ୍ୟୋତିରଞ୍ଜନ ବାରିକଙ୍କ ପତ୍ନୀ ଚନ୍ଦ୍ରକାନ୍ତାଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ ଅପରେସନ ପାଇଁ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ନିଆଳି ସ୍ଥିତ ହସ୍ପିଟାଲରେ ଚିକିତ୍ସାରେ ତ୍ରୁଟି ଓ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଥିଲେ । ହସ୍ପିଟାଲରେ ଲାଗିଥିବା ଡିଜି ସେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ନିଆଳି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ନିଆଳି ପୋଲିସ ଓ କଟକ ଗ୍ରାମାଞ୍ଚଳ ଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ବିଳମ୍ବିତ ରାତିରେ ଲୋକମାନେ ପ୍ରତିବାଦରୁ ଉଠିଥିଲେ । ଆଜି ପୋଲିସ ଉପସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହେବ ।

Read more

କର୍ତ୍ତବ୍ୟରେ ଅବହେଳା, ୩ ବନ କର୍ମଚାରୀ ସସପେଣ୍ଡ

କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ ।  ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

Read more

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା

ଭୁବନେଶ୍ବର: ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ

Read more

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର। ଏଲପିଜି ସିଲିଣ୍ଡର ପାଇଁ

Read more

ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦ ମାର୍ଚ୍ଚ: କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତାର ଉପଯୋଗ ହିଁ ଭବିଷ୍ୟତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ଥାୟିତ୍ୱ ଆଣିପାରିବ ।

Read more

ସ୍ବାସ୍ଥ୍ୟ ଉପକାରୀ ପୋଦିନା ପତ୍ର, ହାଇ ୟୁରିକ୍ ଏସିଡ୍ ସମସ୍ୟାରୁ ଦେଇଥାଏ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ପୋଦିନା ପତ୍ର ବହୁତ ଭଲ ହୋଇଥାଏ । ଏଥିରେ ଏପରି କିଛି ଗୁଣ ଅଛି ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ

Read more

କାନ୍ଦିବା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟପକ୍ଷେ ଉପକାରୀ ! ପଢନ୍ତୁ ଏହି ୫ଟି ଫାଇଦା

ଯେମିତି ହସିବା ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ସେହିପରି ବେଳେବେଳେ କାନ୍ଦିବା ମଧ୍ୟ ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଏକ ରିସର୍ଚ୍ଚ ଅନୁଯାଇ କେବେକେବେ

Read more